ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ରା ୪୧ ଡିଗ୍ରୀ
ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ଅନୁଭବ ହେଉଛି ପ୍ରବଳ ତାତି ସହ ଗୁଳୁଗୁଳି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଶୋଷ ଲାଗୁ ନଥିଲେ ମଧ୍ୟ ପ୍ରଚୁର ପାଣି ପିଅନ୍ତୁ। ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଆଦ୍ରତା ୪୫% ରେକର୍ଡ କରାଯାଇଛି। ଆଦ୍ରତା ୪୫ % ଥିବାରୁ ଗୁଳୁଗୁଳି ଅନୁଭବ ହେଉଛି। ଏହାସହ ୪୨.୨ ସହ ଝାରସୁଗୁଡା ସବୁଠାରୁ ଉତ୍ତପ୍ତ ସହର। ହୀରାକୁଦ ୪୧.୪, ସମ୍ବଲପୁର ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: ୪୨.୨ ଡ଼ିଗ୍ରୀ
ହୀରାକୁଦ: ୪୧.୪ ଡ଼ିଗ୍ରୀ
ସମ୍ବଲପୁର: ୪୧.୨ ଡ଼ିଗ୍ରୀ
ଭୁବନେଶ୍ୱର: ୪୧ ଡ଼ିଗ୍ରୀ
ବାଲେଶ୍ୱର: ୩୮.୨ ଡ଼ିଗ୍ରୀ
କେଉଁଝର: ୩୮ ଡ଼ିଗ୍ରୀ
ଚାନ୍ଦବାଲି:୩୭.୮ ଡ଼ିଗ୍ରୀ
ପୁରୀ: ୩୫ ଡ଼ିଗ୍ରୀ
ଗୋପାଳପୁର: ୩୪.୪ ଡ଼ିଗ୍ରୀ
ପାରାଦୀପ: ୩୨.୮ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) June 15, 2023
Comments are closed.