www.samajalive.in
Tuesday, December 9, 2025
23.1 C
Bhubaneswar

୨୨ରେ ଅଣ ବିଜେପି ଦଳଗୁଡ଼ିକର ବୈଠକ

ବିଜୟୱାଡା: ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକୁ ଏକଜୁଟ୍‍ କରିବା ପ୍ରୟାସ କ୍ରମେ ଅଣ ବିଜେପି ଦଳଗୁଡିକ ନଭେମ୍ବର ୨୨ରେ ନୂଆଦିଲ୍ଲୀରେ ବୈଠକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଲୁଗ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ସାଧାରଣ ସମ୍ପାଦକ ଅଶୋକ ଗେହଲଟ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏହି ବୈଠକରେ ନେତୃତ୍ୱ ନେବେ। ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସକୁ ଏହି ମେଣ୍ଟର ନେତୃତ୍ୱ ନେବାକୁ କୁହାଯାଇଥିବାବେଳେ ରାହୁଲ ଏଥିପାଇଁ ସମ୍ମତି ପ୍ରକାଶ କରିଛନ୍ତି। ବୈଠକରେ ଅଣ ବିଜେପି ଦଳଗୁଡିକୁ ଏକଜୁଟ୍‍ କରିବା ଲାଗି ଆକାର ଓ ପ୍ରକାର ସମ୍ପର୍କରେ ସବିଶେଷ ଆଲୋଚନା କରାଯିବ ବୋଲି ନାଇଡୁ କହିଛନ୍ତି। ଏହା ସହିତ ନରେନ୍ଦ୍ର ମୋଦୀ ସରକାରଙ୍କ ଜନବିରୋଧୀ ନୀତିଗୁଡ଼ିକ ଉପରେ ଚର୍ଚ୍ଚା କରାଯିବ। ଯାହାକୁ ଆଧାର କରି ଆଗାମୀ ନିର୍ବାଚନରେ ସରକାରଙ୍କ ବିରୋଧରେ ଲଢ଼େଇ କରାଯିବ। ଅଣ ବିଜେପି ଦଳଗୁଡ଼ିକୁ ଏକଜୁଟ କରିବା ଲାଗି ନାଇଡୁ ନିକଟରେ ବିଭିନ୍ନ ବିରୋଧୀ ଦଳ ନେତାଙ୍କୁ ଭେଟିଛନ୍ତି। ନଭେମ୍ବର ୧୯ରେ ନାଇଡୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ବୋଲି କହିଛନ୍ତି।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories