ମଥୁରା – ଯମୁନା ଏକ୍ସପ୍ରେସ୍ ଓ୍ୱେରେ ଯାତ୍ରୀମାନଙ୍କ ଗାଡିକୁ ପଥର ମାଡ କରି ଲୁଟୁଥିବା ଲୁଟେରା ଦଳକୁ ପୁଲିସ ଗିରଫ କରିଛି । ଗତ କିଛି ଦିନ ହେବ ଏହି ରାଜପଥରେ ଲୁଟପାଟ ବୃଦ୍ଧି ପାଇଥିଲା । ଅଭିଯୋଗ ବଢିବା ସହ ପୁଲିସର ମୁଣ୍ଡ ବିନ୍ଧା ବଢିଥିଲା । ବିଭିନ୍ନ ସ୍ଥାନରେ ନାକାବନ୍ଦି କରି ମଧ୍ୟ ପୁଲିସକୁ କୌଣସି ସଫଳତା ମିଳି ନଥିଲା । ଏହାପରେ ପ୍ରତି ୨ କିଲୋମିଟରରେ ପୁଲିସ ଯବାନ ମୁତୟନ କରାଯିବା ସହ ବିଭିନ୍ନ ଗହଳି ଗଛ ଉପରେ ପୁଲିସ ଜଗି ବସିଥିଲେ ।
ମଙ୍ଗଳବାରରେ ପୁଲିସକୁ ଦେଖିବା ମାତ୍ରେ ଲୁଟେରାମାନେ ପଳାୟନ କରିବା ସହ ଗୁଳି ଚଳାଇଥିଲେ । ପୁଲିସ ପକ୍ଷରୁ ପାଲଟା ଗୁଳିଚାଳନ କରାଯାଇଥିଲା । ଏଥିରେ ୩ ଜଣ ଲୁଟେରା ଆହତ ହୋଇଥିଲେ । ପୁଲିସ ଗୁଳି ଲାଗିଥିବା ୩ ଜଣଙ୍କ ସହ ସେମାନଙ୍କ ସାଥି ୪ ଜଣଙ୍କୁ ଗିରଫ କରିଛି ।
ଲୁଟେରାମାନଙ୍କ ଠାରୁ ଲୁଟ୍ ସାମଗ୍ରୀ ସହ ବନ୍ଧୁକ ଅନେକ ଲାପଟପ୍ ଏଟିଏମ୍ କାର୍ଡ ଏବଂ ଆଧାର କାର୍ଡ ଜବତ କରାଯାଇଛି ।



