www.samajalive.in
Sunday, December 14, 2025
26.1 C
Bhubaneswar

ବଲାଙ୍ଗିର ଛୁଇବନ୍ଧରେ ଦୁର୍ଘଟଣାରେ ୫ ମୃତ

ବଲାଙ୍ଗିର: ବଲାଙ୍ଗିର – ସମ୍ବଲପୁର ଜାତୀୟ ରାଜପଥ ନମ୍ବର ୨୬ (ବଲାଙ୍ଗିର ସଦର ଥାନା ଅନ୍ତର୍ଗତ) ଛୁଇବନ୍ଧ ସ୍ଥିତ ସୋନୁ ମୋଟର ସମ୍ମୁଖରେ ମର୍ମନ୍ତୁଦ କାର ଦୁର୍ଘଟଣାରେ ୫ ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ୨ ଗୁରୁତରଙ୍କୁ ଭୀମ ଭୋଇ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି।

ସୂଚନା ଅନୁସାରେ, ବଲାଙ୍ଗିର ସହର ଜଗନ୍ନାଥ ପଡାର ଆତ୍ମଜ ନାଏକ (୨୬), ମା’ ଆରତୀ ନାଏକ, ତାଙ୍କ ଭଉଣୀ କନ୍ଧପାଲି ପଡ଼ାର ଇପ୍ସିତା ସାଏ (୨୪), ଇପ୍ସିତାଙ୍କ ଝିଅ ରିଆ (୪), ସଦାଇପାଲିର ଦିପ୍ତିରଞ୍ଜନ ସାଏ (୩୪), ଦିପ୍ତିରଞ୍ଜନଙ୍କ ପତ୍ନୀ ରଶ୍ମିତା ସାଏ, ଝିଅ ଶ୍ରିନିକା ସିମନ୍ତିନି ସାଏ (୫) ଏହିପରି ୭ ଜଣ ଏକ ସ୍ଵିଫ୍ଟ କାରରେ ଆଗଲପୁର ବ୍ଲକ ଡୁଡୁକା ଗାଁରୁ ସମ୍ପର୍କୀୟ ବାହାଘରରେ ଯୋଗ ଦେଇ ବଲାଙ୍ଗିର ଫେରୁଥିଲେ। ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ଛୁଇବନ୍ଧ ନିକଟ ସୋନୁ ମୋଟର ସମ୍ମୁଖରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ କାର ପଛପଟୁ ଧକ୍କା ଦେଇଥିଲା। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଆତ୍ମଜ, ଇପ୍ସିତା, ଶ୍ରୀନିକା ସିମନ୍ତିନି, ଦିପ୍ତିରଞ୍ଜନ ଓ ରିଆଙ୍କୁ ମୃତ ଘୋଷଣା କରିଛନ୍ତି। ୨ ଆହତଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories