www.samajalive.in
Sunday, December 14, 2025
16.1 C
Bhubaneswar

ଡଃ ପ୍ରଶାନ୍ତ କୁମାର ମହାନ୍ତି ଗୁରୁଡିଝାଟିଆ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ

ଗୁରୁଡିଝାଟିଆ :  ଗୁରୁଡିଝାଟିଆ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ ରାଜନୀତି ବିଜ୍ଞାନର ବିଭାଗୀୟ ମୁଖ୍ୟ ଡଃ ପ୍ରଶାନ୍ତ କୁମାର ମହାନ୍ତି ସ୍ଥାୟୀ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଡଃ ମହାନ୍ତି ଗତକାଲି ନୂତନ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ମହାନ୍ତି ନୂତନ ଅଧ୍ୟକ୍ଷ ଭାବରେ ଯୋଗଦାନ କରିବା ଫଳରେ ତାଙ୍କୁ ସମସ୍ତେ କର୍ମଚାରୀ ଓ ଅଧ୍ୟାପକ,ଅଧ୍ୟାପିକାମାନେ ସ୍ୱାଗତ ଜଣାଇଥିଲେ। ନବେଢା ବରିଷ୍ଠ ନାଗରିକ ମଞ୍ଚ ଆଠଗଡ (ଗୁରୁଡିଝାଟିଆ) ର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ,ଶିକ୍ଷାବିତ୍ ରାଜକିଶୋର ଖଟୁଆ, ରମ୍ଭାବତୀ ସାହୁ, ଶରତ ଖୁଣ୍ଟିଆ, ଯୁବନେତା ମନୋଜ ସାହୁ, ପବିତ୍ର ସାହାଣୀ ପ୍ରମୁଖ ନୂତନ ଅଧ୍ୟକ୍ଷ ଡଃ ମହାନ୍ତିଙ୍କୁ ସ୍ୱାଗତ ଜଣାଇଥିଲେ। ଡଃ ମହାନ୍ତି ଶୈକ୍ଷିକ ବାତାବରଣର ଉନ୍ନତି ଓ ମହାବିଦ୍ୟାଳୟକୁ ଜିଲ୍ଲାରେ ଏକ ଶ୍ରେଷ୍ଠ ମହାବିଦ୍ୟାଳୟ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories