ମଙ୍ଗଳବାର ରାଶିଫଳ (୧୩.୦୬.୨୦୨୩)

ମେଷ : ଏକାନ୍ତ ସାଧନା ଓ ସଂଯମୀ ହେଲେ ସିଦ୍ଧି ପ୍ରାପ୍ତ ହେବେ। ଶିଶୁ କଲ୍ୟାଣାର୍ଥେ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିବେ। ବିବାଦୀୟ ବିତର୍କକୁ ପ୍ରତ୍ୟାଖ୍ୟାନ କରିପାରନ୍ତି। ସତ୍‌ସାହସୀ ଓ ଜ୍ଞାନଗରିମାଯୁକ୍ତ ହେବେ।

ବୃଷ : ଜ୍ଞାନପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ମନ ପ୍ରସନ୍ନ ରହିବ। ପଦୋନ୍ନତି ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି।

ମିଥୁନ : ପାରିବାରିକ ସ୍ନେହଶ୍ରଦ୍ଧା ଘରକୁ ବୈକୁଣ୍ଠତୁଲ୍ୟ କରିପାରେ। ଆୟ ଆଶାନୁରୂପ ହେବ। ବିଜୟୀ ହେବେ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ମନଧ୍ୟାନରେ ଈଶ୍ବରଙ୍କୁ ପ୍ରାର୍ଥନା କରିବେ।

କର୍କଟ : ପ୍ରଜ୍ଞାଦୀପ୍ତ ଭାବ ନେଇ ଆପଣ ସାଧାରଣ ନୁହନ୍ତି; ଅସାଧାରଣ, ଯାହା ଆଦର୍ଶର ଶାଣିତ ସତ୍ୟ। ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରି ଉଚ୍ଚ ସମ୍ମାନର ଅଧିକାରୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।

ସିଂହ : ସଂଘଟିତ ହୋଇଥିବା ଅଷ୍ଟମ ଚନ୍ଦ୍ର ଯୋଯୋଗୁଁ ବିପଦଜନିତ ପରିସ୍ଥିତିକୁ ଡରିଲେ ସେ ଡରାଇବ; ମାତ୍ର ତା’ର ମୁକାବିଲା କଲେ ସେ ଲୁଚିଯିବ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ଶୁଭକାର୍ଯ୍ୟ କରିପାରନ୍ତି।

କନ୍ୟା : ଆତ୍ମ ମୂଲ୍ୟାଙ୍କନ ଦ୍ବାରା ବ୍ୟକ୍ତିତ୍ବର ବିକାଶ ସାଧନ କରିପାରନ୍ତି। ଆଧ୍ୟାତ୍ମ ହେଉଛି ଜୀବନର ରକ୍ଷା କବଚ। ସେବା ଧର୍ମରେ ବ୍ରତୀ ହୋଇ ସମର୍ପିତ ମନୋଭାବର ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।

ତୁଳା : ବ୍ୟକ୍ତିଚେତନାକୁ ସ୍ବଚ୍ଛନ୍ଦ କରି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଶତ୍ରୁ ବିନାଶ ପାଇଁ ଭାଇମାନଙ୍କ ସହାୟତା ନେଇ କୃତକାର୍ଯ୍ୟ ହେବେ। ଋଣଦାତାଙ୍କ ଅପାର କରୁଣାରୁ ମୂଳଧନ ପୈଠକରି ଋଣମୁକ୍ତ ହେବେ।

ବିଛା : ଜ୍ଞାନ ଅର୍ଜନ ପାଇଁ ଆଧ୍ୟାତ୍ମିକ ପୁସ୍ତକ ପଠନରେ ମନୋନିବେଶ କରିପାରନ୍ତି। ସୁଦୂର ପ୍ରସାରୀ ବ୍ୟବସାୟରୁ ଅଧିକ ଲାଭ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ପାରିବାରିକ ଜୀବନ ସ୍ନେହପୂର୍ଣ୍ଣ ହେବ।

ଧନୁ : ଚଞ୍ଚଳମନା ହେବେ; ମାତ୍ର ଚଞ୍ଚଳମନର ନିଗ୍ରହ କଠିନ, କିନ୍ତୁ ଅସମ୍ଭବ ନୁହେଁ। ବିଭୁଦତ୍ତ ପ୍ରତିଭାସମ୍ପନ୍ନ ହେବେ। କୃଷକମାନଙ୍କ ସାହାଯ୍ୟକାରୀ ହେବେ। ଉଦାର ସ୍ବଭାବ ଯୋଗୁଁ ଲୋକଙ୍କ ଆଦରଣୀୟ ହେବେ।

ମକର : ବ୍ୟବହାରରେ ନମ୍ରତା ଓ ଶାଳୀନତା ଆପଣଙ୍କୁ ମହାନ୍‌ କରିପାରେ। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରଖିବେ। ସେବା ଭାବନାର ଅଗ୍ରଗଣ୍ୟ ସାରଥି ହୋଇପାରନ୍ତି। ଅଶାନ୍ତି ଦୂର ହେବ।

କୁମ୍ଭ : ପ୍ରଜ୍ଞାଦୀପ୍ତ ଭାବ ଯୋଗୁଁ ଆପଣ ସାଧାରଣ ନୁହନ୍ତି, ଅସାଧାରଣ। ଯାହାଙ୍କ ମହା ଆଦର୍ଶରୁ ଶାଣିତ ସତ୍ୟ, ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଆପଣଙ୍କ ସୃଜନଶୀଳତା ଅନୁଗାମୀଙ୍କୁ ଦିଗ୍‌ଦର୍ଶନ ଦେବ।

ମୀନ : ବ୍ରହ୍ମବାଦୀ ହୋଇ ଜୀବନକୁ ଶାଣିତ ଶୃଙ୍ଖଳିତ କରିପାରନ୍ତି। ସାମାଜିକ ସ୍ତରରେ ସ୍ବନକ୍ଷତ୍ର ଅବକାଶରେ ବନ୍ଧୁମାନଙ୍କୁ ଆମନ୍ତ୍ରିତ କରି ଖୁସି ମନାଇବେ। ସଞ୍ଚୟ ଅର୍ଥର ସୁବିନିଯୋଗ କରି ଅତିଥି ଚର୍ଚ୍ଚା କରିବେ।

Comments are closed.