www.samajalive.in
Friday, December 12, 2025
16.1 C
Bhubaneswar

ଚାଳକଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ, ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ଼ ଲକ୍ଷ ଟଙ୍କା ଦିଆଯିବ ସହାୟତା

ଭୁବନେଶ୍ବର: ଚାଳକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶା ମୋଟର ଯାନ କଲ୍ୟାଣ ବୋର୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ଓଡ଼ିଶା ମୋଟର ଯାନ କଲ୍ୟାଣ ବୋର୍ଡର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ସହାୟତା ଘୋଷଣା କରାଯାଇଛି।

ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ଚାଳକ ଓ କର୍ମଚାରୀଙ୍କୁ ମିଳିବ ୪ ଲକ୍ଷ ଟଙ୍କା ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସେହିପରି ଅତି ଗଭୀର ଆହତ ହେଲେ ମିଳିବ ୮୦ ହଜାର ଟଙ୍କା ମଳିବାକୁ ଥିବାବେଳେ ସାଧାରଣ ମୃତ୍ୟୁ କ୍ଷେତ୍ରରେ ମିଳିବ ୨ ଲକ୍ଷ ଟଙ୍କା ଏବଂ ସ୍ଥାୟୀ ଅକ୍ଷମତା ମାମଲାରେ ଦେଢ଼ ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ) ଓ ମଧୁ ପେନସନ ଯୋଜନାରେ ଚାଳକମାନଙ୍କୁ ଯୋଗ୍ୟତା ଭିତ୍ତିରେ ଅନ୍ତର୍ଭୁକ୍ତ କରାଯିବ। ଏହାଦ୍ବାରା ୫ଲକ୍ଷରୁ ଅଧିକ ଚାଳକ ଓ କର୍ମଚାରୀ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories