www.samajalive.in
Thursday, December 11, 2025
15.1 C
Bhubaneswar

ବନ୍ଦ ବିଦ୍ୟାଳୟରେ ଠିକାସଂସ୍ଥା କ୍ୟାମ୍ପ: ଅନୁମତିକୁ ନେଇ ଉଠିଲା ପ୍ରଶ୍ନ, ମର୍ଯ୍ୟାଦା କ୍ଷୂର୍ଣ୍ଣ

ହରଭଙ୍ଗା: ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତର ଘଣ୍ଟପାଲ୍ଲୀଠାରେ ବନ୍ଦହୋଇ ପଡ଼ିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ଏକ ଠିକାସଂସ୍ଥାର କ୍ୟାମ୍ପ ଚାଲିଥିବା ଅଭିଯୋଗ ହୋଇଛି। କିନ୍ତୁ ଗୋଟିଏ ବିଦ୍ୟାଳୟ ଭଳି ଏକ ମନ୍ଦିରରେ ଠିକାସଂସ୍ଥାର କ୍ୟାମ୍ପ ଯୋଗୁଁ ଏହାର ମର୍ଯ୍ୟାଦା କ୍ଷୂର୍ଣ୍ଣ ହୋଇଛି। କିଏ କେଉଁ ନିୟମ ଆଧାରରେ ଅନୁମତି ଦେଇଛି ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଘଟଣା ଶିକ୍ଷାପ୍ରେମୀଙ୍କ ମନକୁ ଗଭୀର କୁଠାରଘାତ କରିଛି।

ପ୍ରକାଶ ଯେ, ଘଣ୍ଟପାଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ କମ୍‌‌ସଂଖ୍ୟକ ପିଲା ଯୋଗୁଁ ବିଦ୍ୟାଳୟଟି ଦୀର୍ଘଦିନ ହେଲା ବନ୍ଦ ହୋଇ ପଡ଼ିଛି। ବନ୍ଦ ହୋଇଥିବା ବିଦ୍ୟାଳୟଗୁଡିକରେ କେବଳ ସରକାରୀ କାର୍ଯ୍ୟକ୍ରମ କରିବାର ପ୍ରାବଧାନ ରହିଛି। ଏହାସତ୍ୱେ ଏକ ନିର୍ଦ୍ଦିଷ୍ଟ ବେସରକାରୀ ଠିକାସଂସ୍ଥାର କର୍ମଚାରୀ ବ୍ୟକ୍ତିଗତ ସମ୍ପତି ଭଳି ବିଦ୍ୟାଳୟର ପ୍ରତ୍ୟେକ ଗୃହକୁ ବ୍ୟବହାର କରୁଛନ୍ତି। ଏହା ପରିସରରେ ଲୁହାଛଡ, ପ୍ଲେଟ ଇତ୍ୟାଦି ନିର୍ମାଣ ସାମଗ୍ରୀ ଜମାକରି ବିଦ୍ୟାଳୟକୁ ଏକ ଠିକାସଂସ୍ଥା କ୍ୟାମ୍ପ ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଣୁ ଜନସାଧାରଣଙ୍କ ପ୍ରଶ୍ନଉଠୁଛି ଯେ ବନ୍ଦ ହୋଇପଡ଼ିଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଟି କେଉଁଭଳି ଭାବରେ ଏକ ବେସରକାରୀ ଠିକାସଂସ୍ଥା ହାତକୁ ଟେକିଦିଆଯାଇଛି ତାକୁ ନେଇ ବର୍ତମାନ ପ୍ରଶ୍ନଉଠୁଛି। ଏହା କେଉଁ ସରକାରୀ କର୍ମଚାରୀ କେଉଁ ନିୟମ ଅନୁଯାୟୀ ଅନୁମତି ଦେଇଛନ୍ତି ତାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। କରଞ୍ଜକଟା ପଂଚାୟତର ଉପରକଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଏକ ବେସରକାରୀ ଠିକାସଂସ୍ଥା କ୍ୟାମ୍ପ ଚାଲିଥିବାର ପୁନରାବୃତି ପୁଣି ଘଣ୍ଟପାଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବ୍ଲକ ଅଞ୍ଚଳରେ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତିକୁ ଲକ୍ଷ୍ୟକଲେ ଏହା ପଛରେ ଏକ ବଡ ଧରଣର ର‍୍ୟାକେଟ୍‍ ଚାଲିଥିବା ଅନୁମାନ କରାଯାଉଛି। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ଥାୟୀ ପଦକ୍ଷେପ ଗ୍ରହଣ ସହିତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories