ଭୋପାଳ: କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିଜୟ ପରେ ଏବେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି। ସୋମବାର ମଧ୍ୟପ୍ରଦେଶ ଗସ୍ତରେ ଆସିଥିବା କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜବଲପୁରର ନର୍ମଦା ନଦୀ କୂଳରେ ପୂଜାପାଠ କରି ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ନର୍ମଦା ନଦୀ କୂଳରେ ପ୍ରାର୍ଥନା କରିବା ପରେ ପ୍ରିୟଙ୍କା ଜବଲପୁରରେ ମେଗା ରୋଡ ସୋରେ ଅଂଶଗ୍ରହଣ କରିଥିଲେ । ପରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳର ଅଭିଯାନ ଆରମ୍ଭ କରି ଦଳୀୟ ନେତା ତଥା କର୍ମୀଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ। ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
Popular Categories



