www.samajalive.in
Tuesday, December 9, 2025
19.1 C
Bhubaneswar

ଦାମ ଗଢ଼ିଲେ ‘ବିଜୁ ସମତା କ୍ରାନ୍ତି ଦଳ’

ପାରାଦ୍ୱୀପ : ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶନିବାର ଦାମ ବାବୁ ତାଙ୍କ ନୂଆ ରାଜନୈତିକ ଦଳର ନାମକରଣ କରିଛନ୍ତି। ବିଜୁବାବୁଙ୍କ ନାଁକୁ ଯୋଡି ସେ ତାଙ୍କ ନୂଆ ଦଳର ନାମ ‘ବିଜୁ ସମତା କ୍ରାନ୍ତି ଦଳ’ ରଖିଛନ୍ତି। ନୂଆ ଦଳରେ କେଉଁ ନେତାମାନେ ସାମିଲ ହେବେ ସେନେଇ ଆଗକୁ ଘୋଷଣା ହେବ ବୋଲି କହିଛନ୍ତି। ନୂତନ ଦଳ ଘୋଷଣା ଅବସରରେ ଉଭୟ ବିଜେଡ଼ି ଓ ବିଜେପି ଦଳକୁ ବି ସେ ମନଭରି ସମାଲୋଚନା କରିଛନ୍ତି।
ବିଜେଡିରୁ ବହିଷ୍କାର ହେବାପରେ ଦାମବାବୁ ନୂତନ ରାଜନୈତିକ ଦଳ ଗଠନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଯାହା ଆଜି ବାସ୍ତବ ରୂପ ନେଇଛି। ପାରାଦ୍ୱୀପ ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ତାଙ୍କ ନୂତନ ଦଳର ନାମକରଣ ସଂପର୍କରେ କହିଲେ, ବିଜୁବାବୁଙ୍କୁ ମୁଁ ମୋ ଗୁରୁ ଭାବେ ମାନି ଆସିଛି। ତାଙ୍କ ଆଦର୍ଶରେ ଆଜି ପର୍ଯ୍ୟନ୍ତ ମୁଁ ବାଟ ଚାଲିଛି। ଆଗକୁ ବି ଚାଲିବି। ବିଜୁ ବାବୁଙ୍କ ନାଁକୁ ବ୍ୟବହାର କରି ବିଜେଡି କେବଳ ରାଜନୀତି ଓ କ୍ଷମତା ଦଖଲ କରିଛି; ବିଜୁ ବାବୁଙ୍କ ସାମାନ୍ୟତମ ନୀତି ମଧ୍ୟ ଏହି ଦଳରେ ଦେଖିବାକୁ ମିଳୁନି। ଦୁର୍ନୀତି ବିରୋଧରେ କହିବାରୁ ମୋତେ ବିଜେଡିରୁ ବହିଷ୍କାର କରାଗଲା; ହେଲେ ମୁଁ ଡରିବା ଲୋକ ନୁହେଁ। ବିଜୁ ବାବୁଙ୍କ ଶିଷ୍ୟ ହିସାବରେ ସ୍ୱାଭିମାନର ସହ ମୁଁ ସାଧାରଣ ଲୋକଙ୍କ ସେବା କରିବି। ଲୋକଙ୍କ ସେବା କରିବାପାଇଁ ବିଜୁବାବୁଙ୍କ ନାମରେ ନୂଆ ରାଜନୈତିକ ଦଳ ‘ବିଜୁ ସମତା କ୍ରାନ୍ତି ଦଳ’ର ପରିକଳ୍ପନା କରିଛି ବୋଲି କହିଥିଲେ। ଆହୁରି ମଧ୍ୟ ଦାମବାବୁ କହିଲେ, ଦଳରେ କେଉଁ ନେତାମାନେ ସାମିଲ ହେବେ ତାହା ଆଗକୁ ଜଣାପଡିବ। ଖୁବ୍‍ଶୀଘ୍ର ଦଳର ସଂପୂର୍ଣ୍ଣ ରୂପରେଖ ସଂପର୍କରେ ଘୋଷଣା କରାଯିବ ବୋଲି କହିଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ଦଳ ଭାଗ ନେବ କି ବୋଲି ପ୍ରଶ୍ନରେ “ ବ୍ୟସ୍ତ କାହିଁକି ହେଉଛନ୍ତି, ଅପେକ୍ଷା କରନ୍ତୁ ବୋଲି କହିଥିଲେ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କିମ୍ବା ବିଜେପି ନେତା ବିଜୟ ମହାପାତ୍ର ଦଳରେ ସାମିଲ ହେବେ କି ବୋଲି ପ୍ରଶ୍ନର ଉତ୍ତର ବି ଦାମବାବୁ ଦେଇନଥିଲେ। ଦଳର ନାମକରଣ ସଂପର୍କରେ ଘୋଷଣା କରିବାପରେ ସେ ବିଜେଡ଼ି ଓ ବିଜେପି ଉପରେ ବର୍ଷିଥିଲେ।
ଓଡ଼ିଶାର ଯୁବକଙ୍କୁ ନିଯୁକ୍ତି ସଂପର୍କରେ ଦାମବାବୁ କହିଲେ, ଆଇଓସିଏଲରେ ନିଯୁକ୍ତି ପାଇଥିବା ୮୫୦ କର୍ମଚାରୀଙ୍କ ଭିତରେ ମାତ୍ର ୧୨୧ ଜଣ ଓଡ଼ିଆ। ଆଇଓସିଏଲ ଓଡ଼ିଶା ପ୍ରତି ଅନେକ ଅବହେଳା କରିଛି। ମାତ୍ର ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କ’ଣ ପାଇଁ ଚୁପ୍‍ ବସିଥିଲେ? ସେମିତି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଯେତେ କୋଟି ବେକାର ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ, ତାର ଦଶଭାଗରୁ ଭାଗେ ବି ନିଯୁକ୍ତି ଦେଇନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବାଡ଼ାବାଡ଼ି ହୋଇ ଭିତରେ କୋଳାକୋଳି ହେଉଛନ୍ତି ବୋଲି ସେ ତାତ୍ସଲ୍ୟ କରିଥିଲେ। ସ୍ଥାନୀୟ ବିଜେଡ଼ି ନେତାଙ୍କୁ ଆକ୍ଷେପ କରି କହିଲେ, ସାଂସଦ ଡ଼ା.କୁଳମଣି ସାମଲ ନିଜ ପରିବାର ଓ ବନ୍ଧୁବାନ୍ଧବଙ୍କୁ ଆଇଓସିଏଲରେ ଚାକିରି କରାଇଦେଇ ଅଚିନ୍ତାରେ ବସିଛନ୍ତି। ପାରାଦ୍ୱୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦ୍ୱୀପ ବିଜେଡ଼ି ସଭାପତି ସୁମନ୍ତ ବିଶ୍ୱାଳ ଓ ସାଂସଦ ଡା.ସାମଲଙ୍କୁ ଗୁରୁଦ୍ରୋହୀ ବୋଲି ସେ ଆକ୍ଷେପ କରିଥିଲେ। ଯେଉଁ ମନ୍ତ୍ରୀମାନେ ଏଠାରେ ଆସି ବଡ଼ ବଡ଼ ଭାଷଣ ଦେଉଛନ୍ତି, ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ଭଲ ଅବସ୍ଥାରେ ନାହାନ୍ତି ବୋଲି ଆକ୍ଷେପ କରିବା ସହ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବି ସମାଲୋଚନା କରିଥିଲେ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories