ମାଡ଼ିଆସୁଛି ପୂର୍ବ କେନ୍ଦ୍ର ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ । ଆସନ୍ତା ୧୩ ତାରିଖ ସକାଳେ ଗୁଜରାଟର ସୌରାଷ୍ଟ୍ର ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ବାତ୍ୟା ‘ବିପର୍ଯ୍ୟୟ’ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ରିପୋର୍ଟ ଅନୁସାରେ, ସ୍ଥଳଭାଗ ଛୁଇଁବାବେଳେ ବାତ୍ୟା ବ୍ୟାପକ କ୍ଷତି ଘଟାଇପାରେ। ପବନର ବେଗ ସର୍ବାଧିକ ୧୫୦ କିମି ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଗୁଜରାଟର ଉପକୂଳ ଜିଲାଗୁଡିକରେ ଭୀଷଣ ବର୍ଷାର ସମ୍ଭାବନା ରହିଛି। ‘ବିପର୍ଯ୍ୟୟ’ର ମୁକାବିଲା ନିମନ୍ତେ ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ସୁରକ୍ଷା ମୂଳକ ପଦକ୍ଷେପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
Popular Categories



