www.samajalive.in
Saturday, December 13, 2025
26.1 C
Bhubaneswar

ବୈଠକରେ ଭାଗନେଇ ପାରିବେନି ମହିଳା ସରପଞ୍ଚଙ୍କ ସ୍ୱାମୀ -ଦେଓଗାଁ ବ୍ଳକ ସରପଞ୍ଚ ସଂଘ

ଦେଓଗାଁ: ଦେଓଗାଁ ବ୍ଳକ ଜରାସିଂହା ପଞ୍ଚାୟତ ସଭା ଗୃହରେ ଦେଓଗାଁ ବ୍ଳକ ସରପଞ୍ଚ ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ସରପଞ୍ଚ ସଂଘର ଆଭିମୁଖ୍ୟକୁ ନେଇ ସୂଚନା ଦେଇଛନ୍ତି। ଗତ ୧୦ ତାରିଖରେ ଡୁମେରପିଟା ପଞ୍ଚାୟତ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ ସଂଘ ଭାଙ୍ଗିବା ନେଇ କୌଣସି ଘୋଷଣା କରାଯାଇନି। ଆଜି ବି ସମସ୍ତ ସରପଞ୍ଚଙ୍କୁ ନେଇ ସଂଘ କାର୍ୟ୍ୟ କରୁଛି। ସରପଞ୍ଚଙ୍କ ମଧ୍ୟରେ କୌଣସି ପ୍ରକାର ମତଭେଦ ନାହିଁ କି କୌଣସି ରାଜନୈତିକ ଦଳର ବିଚାରକୁ ନେଇ ସଂଘ ଚାଲୁନି ବୋଲି ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ର ସୂଚନା ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଆହୁରି ସେ କହିଥିଲେ , ଯେ ଦେଓଗାଁ ବ୍ଳକର ବିକାଶ ଦିଗରେ କାର୍ୟ୍ୟ କରି ସରପଞ୍ଚଙ୍କ ବିଭିନ୍ନ ଅସୁବିଧାକୁ ଉପସ୍ଥାପନ କରିବା ପାଇଁ ସଂଘ ସୃଷ୍ଟି ହୋଇଛି । ସରପଞ୍ଚ ସଂଘର ବୈଠକରେ କେବଳ ସରପଞ୍ଚ ଭାଗନେଇ ପାରିବେ ନାହିଁ ମହିଳା ପ୍ରତିନିଧିଙ୍କ ସ୍ୱାମୀ ଆଲୋଚନାରେ ଭାଗ ନେଇ ପାରିବେନି ବୋଲି ସଂଘରେ ନିଷ୍ପତ୍ତି ହୋଇଛି ବୋଲି ସରପଞ୍ଚ ସଂଘ ପକ୍ଷରୁ କୁହାଯାଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ସଂଘର ଉପ ସଭାପତି ଜ୍ୟୋସ୍ନା ରାଣୀ ରଣା,ସମ୍ପାଦକ ମହେନ୍ଦ୍ର ମଲ୍ଲିକ, କୋଷାଧକ୍ଷ କେଲୋ ଡାଙ୍ଗଙ୍କ ସହ ଉଡାର ସରପଞ୍ଚ ପଞ୍ଚମୀ ଦୀପ, ମୁକୁନ୍ଦପୁର ସରପଞ୍ଚ ଜାନକୀ ସାହୁ ଜରାସିଂହା ସରପଞ୍ଚ କୁଶମଣୀ ମେହେର, ଗାଇବାହଲ ସରପଞ୍ଚ ତ୍ରିଲୋଚନ ନାଗ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ , ଭାଙ୍ଗିଗଲା ଦେଓଗାଁ ବ୍ଳକ ସରପଞ୍ଚ ସଂଘ ବୋଲି ସମାଜରେ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ସରପଞ୍ଚ ସଂଘ ସୋମବାର ଦିନ ସାମ୍ବାଦିକ ସମ୍ମିଳନୀ କରିଛି। ଅନ୍ୟ ପକ୍ଷରେ ସଂଘ କାର୍ୟ୍ୟକଳାପ କୁ ନେଇ ଅସନ୍ତୋଷ ଥିବା ସରପଞ୍ଚ ମାନେ ଆଉ ଗୋଟିଏ ସଂଘ କରିବା ନେଇ ‘ ସମାଜ’ କୁ ସୂଚନା ଦେଇଛନ୍ତି। ଫଳରେ ଆଗାମୀ ଦିନରେ ଦେଓଗାଁ ସରପଞ୍ଚ ସଂଘ କିଭଳି ଏକ ହୋଇ ରହିବ ତାକୁ ନେଇ ଆଲୋଚନା ଜାରି ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories