www.samajalive.in
Sunday, December 14, 2025
18.1 C
Bhubaneswar

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଦ୍ୱିତୀୟ ଶିକ୍ଷାବର୍ଗ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଧନୁପାଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଦ୍ୱିତୀୟ ବର୍ଗର ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ବିଗତ ୨୦ ଦିନ ଧରି ଆୟୋଜିତ ହେଉଥିବା ଏହି ଶିକ୍ଷାବର୍ଗରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ, ଓଡ଼ିଶା ପୂର୍ବ ପ୍ରାନ୍ତ, ପଶ୍ଚିମବଙ୍ଗ ର ଉତ୍ତର ବଙ୍ଗ ଶିବିରାର୍ଥୀ ମାନେ ନେଇ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ପ୍ରାତଃ ୪ଟା ୩୦ ରୁ ରାତ୍ର ୧୦ ଟା ୩୦ ପର୍ଯ୍ୟନ୍ତ ଶିକ୍ଷାର୍ଥୀ ମାନଙ୍କ ବିଭିନ୍ନ ଦିଗରେ ଶିକ୍ଷା ପ୍ରଦାନ କରାଯାଇଥିଲା। ସୁର୍ଯ୍ୟ ନମସ୍କାର, ଦଣ୍ଡ ବୈଠକ, ଆସନ, ପ୍ରାଣାୟାମ ଏବଂ ବିଭିନ୍ନ ଖେଳକୁଦ ଆଦିର ପ୍ରଶିକ୍ଷଣ ଦିଆଯାଇଥିଲା। ଏତଦ ବ୍ୟତିତ ଶାରିରୀକ ବିକାଶ ସହିତ ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ସମ୍ବାଦ ଚର୍ଚ୍ଚା, ସ୍ୱଧ୍ୟାୟ, ଯୋଗ ବିଷୟ ଆଦି ମଧ୍ୟ କରାଯାଇଥିଲା। ସାମୁହିକ ଶ୍ରମଦାନ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଏହି ଅବସରରେ କରାଯାଇôତଲା। ଉଦଯାପନୀ ଉତ୍ସବରେ ବର୍ଗ କାର୍ଯ୍ୟବାହ ସନାତନ ପ୍ରଧାନ, ସର୍ବଅଧିକାରୀ ସୁବାଷ ଜୈନ, ସହକ୍ଷେତ୍ର ପ୍ରଚାରକ ଜଳଧର ମହୋତ ପ୍ରମୁଖ ଯୋଗ ଦେଇ ଏହି ଅଭ୍ୟାସ ବର୍ଗକୁ ସମାପନ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories