www.samajalive.in
Sunday, December 14, 2025
16.1 C
Bhubaneswar

ସକରାତ୍ମକ ମନୋଭାବ ରେଡିଓ ବସୁଧାକୁ ସଫଳ କରିବ

ଢେଙ୍କାନାଳ: ରେଡିଓ ବସୁଧାର ସଫଳତା ସକରାତ୍ମକ ଚିନ୍ତାଧାରା ନେଇ କାମ କଲେ ଆଗକୁ ଯାଇପାରିବ ଏବଂ ଏହାଦ୍ୱାରା ଜନସାଧାରଣଙ୍କର ବିକାଶ ହୋଇପାରିବ ବୋଲି ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରେଡିଓ ବସୁଧାର ଉଦଘାଟନୀ ସମାରୋହ ତୃତୀୟ ଦିବସରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ମଲ୍ଲିକ କାମାକ୍ଷାନଗର ଅଞ୍ଚଳରେ ଜିଲ୍ଲାର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ପ୍ରତିଷ୍ଠା ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିବା ସହିତ ଲୋକଙ୍କ ଜୀବନ ଧାରଣର ମାନର ଉନ୍ନତି ଆଣିବାରେ ଓ ସଚେତନତା ସୃଷ୍ଟି କରିବା ଦିଗରେ ରେଡିଓ ବସୁଧା କାମ କରୁ ବୋଲି କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।

ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡିଓ ବସୁଧା ଗୋଷ୍ଠୀ ବେତାର କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ। ଲୋକଙ୍କ ଜୀବନ ଜୀବିକାର କଥାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀକୁ ବେତାର କେନ୍ଦ୍ର ସହିତ ଯୋଡି ପାରିଲେ ଗୋଷ୍ଠୀର ବିକାଶ ହୋଇପାରିବ ବୋଲି କହିଥିଲେ। ୟୁନିସେଫର ରାଜ୍ୟ ପରାମର୍ଶଦାତା ଚକ୍ରଧର ସାହୁ ଯୋଗଦେଇ କହିଲେ, କାମାକ୍ଷାନଗରର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ଶିକ୍ଷା, ସୂଚନା ଓ ସଚେତନତାରେ ରେଡିଓ ବସୁଧା ଏକ ପ୍ରଭାବଶାଳୀ ଭୂମିକା ନେଇପାରିବ। ଲୋକଙ୍କ ବ୍ୟବହାର ପରିବର୍ତ୍ତନରେ ରେଡିଓ ବସୁଧା ସହାୟକ ହେବ ବୋଲି ସେ କହିଥିଲେ। ଓଡିଶା ଗୋଷ୍ଠୀ ବେତାର ସଂଘର ସଭାପତି ସୟଦ ଅବଦୁଲ ସଫିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଅତିଥି ଭାବରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, କାନପୁରା ପଞ୍ଚାୟତର ସରପଞ୍ଚ ସତ୍ୟଜିତ୍ ରାଉତ ଅତିଥି ଭାବେ ଯୋଗଦେଇ ରେଡିଓ ବସୁଧାକୁ ସହଯୋଗର ହାତ ବଢ଼ାଇ ଲୋକଙ୍କ ବିକାଶରେ ଭାଗିଦାରୀ ହେବାକୁ କହିଥିଲେ। ରେଡିଓ ବସୁଧାର ଅଧ୍ୟକ୍ଷ ଶିଶିର ଶତପଥୀ ସ୍ୱାଗତ ଭାଷଣ ଦେବା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇଡିଅଟର ସଦସ୍ୟ ସଚିବ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ଇଡିଅଟର ଜଗଦୀଶ ଚନ୍ଦ୍ର ମିଶ୍ର, ସୁଶାନ୍ତ ପତି, ରଞ୍ଜିତା ମଞ୍ଜରୀ କର, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ହୋତା, ରେଡିଓ ବସୁଧାର ଜକି ଶୁଭଦର୍ଶିନୀ ପରିଡା, ଶୁଭଲକ୍ଷ୍ମୀ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ଶିଶିର ପାଣି, ପ୍ରେମାନନ୍ଦ ଧଳ, ଚନ୍ଦନ ମିଶ୍ର, ବାଦଲ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories