www.samajalive.in
Sunday, December 14, 2025
15.1 C
Bhubaneswar

ବାହାନଗାରେ ରହିବନି କୌଣସି ଟ୍ରେନ୍‌

ବାହାନଗା : ବାହାନଗା ରେଳ ଦୁର୍ଘଟଣା ନେଇ ସିବିଆଇ ତଦନ୍ତ ଚାଲୁଥିବାରୁ ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ୍ ରହିବ ନାହିଁ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ) ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରିଲେ ରୁମ୍‌, ପ୍ୟାନେଲ ଓ ଅନ୍ୟାନ୍ୟ ଯନ୍ତ୍ରପାତି ତଦନ୍ତ ପରିସରଭୁକ୍ତ ହୋଇଛି। ସେଗୁଡ଼ିକୁ ସିଲ୍ କରି ଦିଆଯାଇଛି। ତେଣୁ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏଠାରେ ଟ୍ରେନ୍ ଅଟକିବ ନାହିଁ। ଟ୍ରେନ୍‌ ଅଟକିବା ନେଇ ଅନୁମତି ମିଳିବା ମାତ୍ରେ ବାହାନଗା ଷ୍ଟେସନ ବଜାରରେ ପୂର୍ବପରି ଟ୍ରେନ ରହିବ।
ସୂଚନାଯୋଗ୍ୟ ଯେ, ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି। ୯୨୦ ଜଣ ଆହତ ହୋଇଛନ୍ତି। ୯୨୦ ଆହତଙ୍କ ମଧ୍ୟରୁ ୧୬୯ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୩୭୯ ଜଣ ସାମାନ୍ୟ ଆହତ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories