www.samajalive.in
Monday, December 8, 2025
24.1 C
Bhubaneswar

ଗଛରୁ ପଡି ଯୁବକ ଗୁରୁତର

କଳାହାଣ୍ଡି : କଲମପୁର ବ୍ଲକ ଅଧିନସ୍ଥ ହାରାମାଲ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମ ଠାରେ ଆଜି ଭୋରରୁ ଘଟିଛି ଏକ ଅଘଟଣ। ଜଣେ ଯୁବକ ଆମ୍ବ ତୋଳିବାକୁ ଯାଇ ଗଛର ୨୦ଫୁଟ ଉଚ୍ଚରୁ ଆସି ପଡି ଗୁରୁତର ହେଇ ପଡିଥିଲେ। ଯୁବକ ଏକାକୀ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଭୋର ସମୟ ଏବଂ ଜଙ୍ଗଲି ଭାଲୁର ପ୍ରଭାବ ଯୋଗୁଁ କେହି ଯାତାୟାତ କରୁନଥିଲେ। କିନ୍ତୁ ଉକ୍ତ ଯୁବକଙ୍କ ପାଇଁ ଦେବଦୂତ ଭଳି ପ୍ରାତଃ ଭ୍ରମଣରେ ଯାଉଥିବା ପୂର୍ବତନ ସରପଞ୍ଚ ସଞ୍ଜୀବ କୁମାର ଠାକୁର ଘଟଣା ସ୍ଥଳରେ ପହଞ୍ଚି କିଛି ସହଯୋଗୀଙ୍କ ସହାୟତାରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ଜରୁରୀ କାଳୀନ ଆମ୍ବୁଲାନ୍ସ ସେବା ପାଇଁ ଯୋଗାଯୋଗ କରିଥିଲେ। କିନ୍ତୁ ପରିତାପର ବିଷୟ ଏଭଳି ଏକ ଜରୁରୀ ସମୟରେ କଲମପୁର, ଜୟପାଟଣା, ଥୁଆମୁଳ ରାମପୁର, ଚାରବାହାଲ, ଜୁନାଗଡ଼ ଓ କୋକସରା ପାଇଁ ନିୟୋଜିତ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନଥିଲା। ଯେଉଁଥିପାଇଁ ଶେଷରେ କଲମପୁର ଅଗ୍ନିଶମ ବିଭାଗକୁ ଦୁର୍ଘଟଣା ସମ୍ବନ୍ଧରେ ସୂଚନା ଦେଇ ଯୁବକଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ। ଏ ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇବା ପରେ ଅଗ୍ନିଶମ ବିଭାଗ ଓଆଇସି ଶଙ୍କର ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ବରେ ନିରଞ୍ଜନ ଦାସ, ଆଶିଷ କୁମାର ନନ୍ଦ ଏବଂ ଡିସେମ୍ବର ବୁଡେକ ପ୍ରମୁଖ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଯୁବକ ଜଣକ ହେଉଛନ୍ତି ପାଣିଗାଁର ପୁଲସ୍ତ୍ୟ ନାଏକ  । ତାଙ୍କ ପରିବାର ଲୋକେ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ଗୁରୁତର ଆହତ ହେଇଥିବା ପୁଲସ୍ତ୍ୟଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories