www.samajalive.in
Saturday, December 13, 2025
26.1 C
Bhubaneswar

୨୦୨୪ ନିର୍ବାଚନ ପୂର୍ବରୁ ଇଭିଏମ୍ ଏବଂ ପେପର ଟ୍ରେଲ୍ ମେସିନର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ

ଡେସ୍କ: ନିର୍ବାଚନ ଆୟୋଗ ୨୦୨୪ ଲୋକସଭା ନିର୍ବାଚନ ଏବଂ ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ପର୍ଯ୍ୟାୟ କ୍ରମେ ସମଗ୍ର ଦେଶରେ ଇଭିଏମ୍ ଏବଂ ପେପର ଟ୍ରେଲ୍ ମେସିନର ପ୍ରଥମ ସ୍ତରୀୟ ଯାଞ୍ଚ ଆରମ୍ଭ କରିଛି। ଏହି ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଏବଂ ପେପର ଟ୍ରେଲ୍ ମେସିନ୍ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡର ଇଞ୍ଜିନିୟରମାନଙ୍କ ଦ୍ୱାରା ଯାନ୍ତ୍ରିକ ତ୍ରୁଟି ଯାଞ୍ଚ କରାଯାଇଥାଏ।

ଦୁଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ ଇଭିଏମ୍ ଏବଂ ପେପର ଟ୍ରେଲ୍ ମେସିନ୍ ପ୍ରସ୍ତୁତ କରିଥାଏ। ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ, ସାରା ଦେଶରେ ପର୍ଯ୍ୟାୟ କ୍ରମେ ଏହି ଯାଞ୍ଚ କାର୍ଯ୍ୟ କରାଯାଏ। ଏହାର ଯାଞ୍ଚ କାର୍ଯ୍ୟସୂଚୀ ସମ୍ପର୍କରେ ସମସ୍ତ ଜାତୀୟ ତଥା ରାଜ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡିକୁ ଅବଗତ କରାଯାଏ। ଏହି ପ୍ରକ୍ରିୟାରେ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଦୁଇଟି ମେସିନ୍ ଯାଞ୍ଚ କରିବା ପାଇଁ ଏକ ମକ୍ ପୋଲ୍ ମଧ୍ୟ ଅନୁଷ୍ଠିତ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories