www.samajalive.in
Sunday, December 14, 2025
26.1 C
Bhubaneswar

୫-ଟି ସଚିବଙ୍କ କେନ୍ଦୁଝର ଗସ୍ତ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ – ବିଧାୟକ ମୋହନ ଚରଣ ମାଝୀ

କେନ୍ଦୁଝରଗଡ଼: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ ୧୦ ଓ ୧୧ ତାରିଖ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସି ଜିଲାର ସମସ୍ତ ୬ଟି ନିର୍ବାଚନମଣ୍ଡଳୀରେ ସାଧାରଣ ସଭାରେ ଉଦ୍‌‌ବୋଧନ ଦେବା କାର୍ଯ୍ୟକ୍ରମକୁ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ କହିବା ସହ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୯ବର୍ଷ ପୂର୍ତ୍ତି ପାଳନ ଅବସରରେ ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଧାୟକ ଶ୍ରୀ ମାଝୀ ଉପରୋକ୍ତ ମନ୍ତବ୍ୟ ପ୍ରଦାନ ସହ ସରକାରୀ କର୍ମଚାରୀ ଭାବେ ଜନସଭାକୁ ସମ୍ଭୋଧିତ କରିବା ସହ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ରାଜ୍ୟରେ ଗଣତନ୍ତ୍ରର ହତ୍ୟାସହ ଅମଲାତନ୍ତ୍ର ଶାସନ ଚାଲିଛି ବୋଲି କହିଥିଲେ। ୫-ଟି ସଚିବଙ୍କ ଗସ୍ତ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ନଥିବା ବେଳେ ଜଣେ ସରକାରୀ କର୍ମଚାରୀ କିଭଳି ଭାବେ ସାଧାରଣ ଜନସଭାକୁ ସମ୍ବୋଧିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଅର୍ଥ ମଞ୍ଜୁର କରିବା ଏହା କେବଳ ଆଗାମୀ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି କରାଯାଉ ଥିବାରୁ ୫-ଟି ସଚିବଙ୍କ କେନ୍ଦୁଝର ଗସ୍ତକୁ ବିଜେପି ସମ୍ପୂର୍ଣ୍ଣ ବିରୋଧ କରିବ ବୋଲି ବିଧାୟକ ଶ୍ରୀ ମାଝୀ କହିଛନ୍ତି।

ଦେଶ ସ୍ୱାଧିନ ପୂର୍ବରୁ ଇଷ୍ଟ ଇଣ୍ଡିଆ ଶାସନ ଚାଲିଥିବା ବେଳେ ଗତ କିଛିବର୍ଷ ଧରି ଓଡ଼ିଶାରେ ସାଉଥ ଇଣ୍ଡିଆ ଶାସନ ଚାଲିଛି ବୋଲି ଶ୍ରୀ ମାଝୀ କଟାକ୍ଷ କରିଥିଲେ। ଖଣିବହୁଳ ଜିଲାରେ ବୃହତ୍‌‌ ଇସ୍ପାତ ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ଆଜିପର୍ଯ୍ୟନ୍ତ ହୋଇନପାରିବା ଏବଂ ଦୁର୍ଘଟଣାପ୍ରବଣ ଜିଲାରେ ଟ୍ରମା କେୟାର ସେଣ୍ଟର ଓ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ହୋଇନପାରିବା ରାଜ୍ୟ ସରକାରଙ୍କ ଜିଲାବାସୀଙ୍କ ପ୍ରତି କେତେ ଆନ୍ତରିକତା ରହିଛି ତାହା ପ୍ରମାଣି କରିଆସିଛି ବୋଲି ଶ୍ରୀ ମାଝୀ କହିଥିଲେ। ଜିଲାରେ ଗତ ୬ବର୍ଷ ଧରି ଜିଲାପାଳ କାର୍ଯ୍ୟରତ ରହି ଡିଏମଏଫ୍‌‌ ପାଣ୍ଠିକୁ ବିନା ଅନୁମୋଦନରେ ହାତପାଣ୍ଠି ଭାବେ ବ୍ୟବହାର କରି ଆସୁଥିବା ନେଇ ଶ୍ରୀ ମାଝୀ ତୀବ୍ର ସମାଲୋଚନା କରିଥିବା ବେଳେ ୧୨ହଜାର କୋଟି ଟଙ୍କା ଓମ୍ବାଡସି ଅର୍ଥକୁ ଧାର ସୂତ୍ରରେ ରାଜ୍ୟ ସରକାରଙ୍କୁ ଟେକି ଦେଇ ଜିଲାପାଳ ନିଜର ଦକ୍ଷତା ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାରେ ବେଶ୍‌‌ ସକ୍ଷମ ହୋଇପାରିଛନ୍ତି ବୋଲି ବିଧାୟକ ଶ୍ରୀ ମାଝୀ କହିଛନ୍ତି। ଖଣି ଓ ଶିଳ୍ପ ବହୁଳ କେନ୍ଦୁଝର ଜିଲାରେ ବିକାଶର ଗତିକୁ ରୋକି ଜିଲାବାସୀଙ୍କୁ ଭୂଆଁ ବନାଇବାରେ ରାଜ୍ୟ ସରକାର କେତେକାଂଶରେ ସଫଳ ହୋଇଥିଲେ ହେଁ ଏହାର ଉଚିତ ଜବାବ ଆଗାମୀ ଦିନରେ ଜିଲାବାସୀ ଦେବେବୋଲି ଶ୍ରୀ ମାଝୀ କହିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories