www.samajalive.in
Monday, December 8, 2025
14.1 C
Bhubaneswar

ମୋଦୀ ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା – ବିଜୟପାଲ ସିଂ ତୋମାର

କେନ୍ଦୁଝରଗଡ଼: ଆଜକୁ ୯ ବର୍ଷ ତଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ ସମୟରେ ଦେଶର ଗରୀବ, ପଛୁଆ, କୃଷକଙ୍କ ବିକାଶ ଦିଗରେ ସର୍ବାଧିକ ଗୁରୁତ୍ୱ ଦେବ ବୋଲି କହିଥିବା ବେଳେ ୯ ବର୍ଷରେ ଆଜି ତାହା ପ୍ରମାଣିତ ହେବା ସହ ସେ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଲୋକପ୍ରିୟ ନେତା ହୋଇପାରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସୁଶାସନର ୯ବର୍ଷ ପୂର୍ତ୍ତି ଅବସରରେ କେନ୍ଦୁଝର ଜିଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ଓଡ଼ିଶା ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଏହା କହିଛନ୍ତି। ଗରୀବଙ୍କ ପାଇଁ ରାସନ, ଗୃହ, ଶୌଚାଳୟ, ବିଦ୍ୟୁତ୍‌‌, ରନ୍ଧନ ଗ୍ୟାସ, ସ୍ୱାସ୍ଥ୍ୟ ଆଦିକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରାଥମିକତା ଦେଇ ଆସିଥିବା ୯ବର୍ଷ ଶାସନକାଳରେ ତାହା ପ୍ରମାଶରିତ କରିଛନ୍ତି ବୋଲି ଶ୍ରୀ ତୋମାର କହିଛନ୍ତି। କରୋନା ମହାମାରୀର ଦୃଢ଼ ମୁକାବିଲା କରି ଦେଶର ୮୦ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ମାଗଣା ଟିକା ପ୍ରଦାନ ସହ ୧୧୦ ଦେଶକୁ ଟିକା ରପ୍ତାନୀ କରି ଭାରତ ଦକ୍ଷତା ପ୍ରତିପାଦନ କରିପାରିଛି। କେବଳ ଏତିକି ନୁହେଁ ମହାମାରୀ କରୋନା ସମୟରେ ଦିବ୍ୟାଙ୍ଗ, ମହିଳା ଓ କୃଷକଙ୍କ ପାଇଁ ମୋଦି ସରକାର ସ୍ୱତନ୍ତ୍ର ପ୍ୟାକେଜ ପ୍ରଦାନ କରି କଠିନ ସମୟରେ ସାଥ୍‌‌ ଦେଇଥିବା ଶ୍ରୀ ତୋମାର କହିଥିଲେ।

ଦେଶରେ ଆତଙ୍କବାଦର ଦୃଢ଼ ମୁକାବିଲା, ବିଦେଶ ନୀତି ଓ ରକ୍ଷା ନୀତିରେ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ହୋଇପାରିବା ସହ ଭିତ୍ତିଭୂମି ବିକାଶରେ ଯଥେଷ୍ଟ ଆଗରେ ରହିପାରିଛି ବୋଲି କହିଥିଲେ। ମୋଦି ଶାସନ ପୂର୍ବରୁ ଦେଶର ୪ ସହରରେ ମୋଟ୍ରୋ ରେଳ ସେବା ଥିବା ବେଳେ ମୋଦି ସକାରଙ୍କ ଶାସନକାଳରେ ଦେଶର ୨୦ ସହରରେ ମେଟ୍ରୋ ରେଳ ସେବା କାର୍ଯ୍ୟକ୍ଷମ ହୋଇପାରିଛି ବୋଲି କହିଥିଲେ। ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ପଛୁଆ ଜିଲାରେ କେନ୍ଦ୍ର ସରକାରଙ୍କ ଆର୍ଥୀକ ଅନୁଦାନରେ ମେଡିକାଲ କଲେଜ, ଅଡିଟୋରିୟ, ନରଣପୁର-ଡୁବୁରୀ ରାସ୍ତାର ଉନ୍ନତିକରଣ, ପାଣିକୋଇଲି-ରାଜାମୁଣ୍ଡା ୨୬୧କି.ମି. ଜାତୀୟ ରାଜପଥ ୪ଥାକିଆ ନିର୍ମାଣ, କାନପୁର ବୃହତ୍‌‌ ଜଳସେଚନ ପ୍ରକଳ୍ପ, କେନ୍ଦୁଝର ଓ ବଡବିଲ ରେଳ ଷ୍ଟେସନର ଅତ୍ୟାଧୁନିକୀକରଣ, ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ପାଇଁ ୫୦କୋଟି ଟଙ୍କା ଅନୁଦାନ, ୮୫ହଜାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ମଞ୍ଜୁର, ୫ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଞ୍ଜୁର, ଜିଲାରେ ୮ଟି ନୂତନ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ମଞ୍ଜୁର, ସ୍ପୋଟସ୍‌‌ କମ୍ପେ୍ଲକ୍ସ ଆଦି ନିର୍ମାଣ ସମ୍ଭବପର ହୋଇପାରିଛି ବୋଲି କହିଥିଲେ। ୩୭୦ ଓ ୩୫ (ଏ) ଭଳି ଧାରା ଉଛେଦ କରି ମୋଦି ସରକାର ଏକ ଭାରତ, ଶ୍ରେଷ୍ଠ ଭାରତ ଗଠନରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାରେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛନ୍ତି ବୋଲି ଶ୍ରୀ ତୋମାର କହିଥିଲେ। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମା ପ୍ରାରମ୍ଭରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ ପ୍ରବକ୍ତା ରମାରଞ୍ଜନ ବଳିୟାରସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ଶର୍ମା, ଜିଲା ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, କୃପାସିନ୍ଧୁ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories