କାମାକ୍ଷାନଗର : କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନବନିର୍ମିତ ମିଶନ ଶକ୍ତି ଗୃହ, ପଞ୍ଚାୟତ କାର୍ଯ୍ୟାଳୟ ଏବଂ ତପୋବନ ଉଚ୍ଚ ବିଦ୍ୟାଳୟର ଫାଇଭ-ଟି ଶ୍ରେଣୀ ଗୃହ ଉଦଘାଟନ କରିଛନ୍ତି । ଗ୍ରାମରେ ଥିବା ଶିବ ମନ୍ଦିରର ପ୍ରାଙ୍ଗଣରେ ସ୍ଥାନୀୟ ଲୋକ ଏବଂ ସରପଞ୍ଚ ସହିତ ମନ୍ଦିରର ପାରିପାର୍ଶିକ ଉନ୍ନତି କରଣ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଜିଲ୍ଲାପରିଷଦ ରମେଶ ଚନ୍ଦ୍ର ସାହୁ, ସରପଞ୍ଚ କଲ୍ୟାଣୀ ସାହୁ ଏବଂ ସ୍ଥାନୀୟ ବିଡିଓ ସୌରଭ କଲ୍ୟାଣ ଦାଶ ସହିତ ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଜନସାଧାରଣ ଯୋଗଦେଇଥିଲେ।
Popular Categories



