www.samajalive.in
Sunday, December 14, 2025
26.1 C
Bhubaneswar

ପଥର ଖଦାନରେ ଫସି ରହିଥିବା ହାତୀ ଉଦ୍ଧାର

ତିଗିରିଆ: ଆଠଗଡ଼ ବନାଞ୍ଚଳ ତିଗିରିଆ ସେକ୍ସନ୍ ଅନ୍ତର୍ଗତ ଭୋଗଡା ପଞ୍ଚାୟତ ଭେଜିଆ ନିକଟବର୍ତ୍ତୀ କାଳୀଚାବଲ୍ଲଭ ଜଙ୍ଗଲରୁ ଗୁରୁବାର ଭୋର୍ ସମୟରେ ଏକ ହାତୀ ଖାଦ୍ୟ ଓ ଜଳ ଅନ୍ବେଷଣରେ ଆସି ଏକ ପଥର ଖଦାନ ଖାତରେ ଖସି ପଡିଥିଲା।ତେବେ ଖାତଟି କାଦୁଅ ପଙ୍କରେ ପୁରି ଥିବାରୁ ବହୁ ଚେଷ୍ଟାକରି ହାତୀଟି ଆଉ ବାହାରକୁ ଆସି ପାରିନଥିଲା। ତେବେ ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଠଗଡ଼ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ନାୟକଙ୍କ ନେତୃତ୍ଵରେ ଆଠଗଡ଼ ଓ ତିଗିରିଆ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଏକ ଜେସିବି ସାହାଯ୍ୟରେ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ହାତୀଟି ଆସିଥିବା ଜଙ୍ଗଲକୁ ଚାଲି ଯାଇଥିବା ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories