www.samajalive.in
Sunday, December 14, 2025
15.1 C
Bhubaneswar

ବରିଷ୍ଠ ଆଇନଜୀବୀ ସୁରେଶ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦୁଝରଗଡ଼଼: ଜିଲା ଓକିଲ ସଂଘ କେନ୍ଦୁଝରର ବରିଷ୍ଠ ଆଇଜୀବୀ ସୁରେଶ ଚନ୍ଦ୍ର ଦାସ ୭୫ବର୍ଷ ବୟସରେ ମେ ୨୮ ତାରିଖ ପ୍ରାୟ ସାଢ଼େ ୧୦ଟରେ ଇହଲୀଳା ସମ୍ବରଣ କରିଥିଲେ। ସ୍ୱର୍ଗତଃ ଦାସଙ୍କ ଏକାଦଶାହ ଅବସରରେ କେନ୍ଦୁଝର ସହର ଉପକଣ୍ଠ ଠାକୁରପାଟଣାସ୍ଥିତ ବାସଭବନରେ ବୁଧବାର ଅପରାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଜିଲା ଓକିଲ ସଂଘର ବହୁ ସଦସ୍ୟ ସଦସ୍ୟା ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତଃ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମରଆତ୍ମାର ସଦ୍‌‌ଗତି କାମନା କରିଥିଲେ। ସ୍ୱର୍ତଃ ଦାସ ଛାତ୍ର ଜୀବନରୁ ରାଜନୀତୀ ପ୍ରତି ଆଗ୍ରହ ଦେଖାଇ ଧରଣୀଧର ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବେ ବିଜୟୀ ହୋଇ ପରବର୍ତ୍ତି ସମୟରେ ସମବାୟ ସଭାପତି, ନିୟନ୍ତ୍ରୀତ ବଜାର କମିଟି ସଦସ୍ୟ, ସ୍ୱେଛାସେବୀ ସଙ୍ଗଠନ ପ୍ରକଳ୍ପର ସଭାପତି, ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଓ ସିପିଆଇର ବରିଷ୍ଠ ସଦସ୍ୟ, ନାଗରିକ ମଞ୍ଚ ସଦସ୍ୟ, ଗାୟତ୍ରୀ ପରିବାର ସଦସ୍ୟ, ସତ୍‌‌ସଙ୍ଗ ସେବା ସମିତି ସଭାପତି, ବେଦ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ, ସମେତ ବିଭିନ୍ନ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହିତ ଜଡିତ ରହି କେନ୍ଦୁଝରର ବିକାଶ ଦିଗରେ ସର୍ବଦା ଚେଷ୍ଟିତ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାଗତ ସ୍ମୃତିଚାରଣ କରି ଏହା କହିଥିଲେ। ସ୍ୱର୍ଗତଃ ଦାସ ମଧୁସୂଦନ ଆଇନ ମହାବିଦ୍ୟାଳୟ କଟକରୁ ସ୍ନାତ୍ତକ ଶିକ୍ଷା ଲାଭ ପରେ ୧୯୭୪ରୁ ଜିଲା ଓକିଲ ସଂଘ ସଦସ୍ୟ ଭାବେ ଯୋଗଦେଇ ଆଇନଜୀବୀ ଭାବେ ନିଜର କ୍ୟାରିୟ ଆରମ୍ଭ କରି ଦୀର୍ଘବର୍ଷ ଧରି ସରକାରୀ ଆଇନଜୀବୀ ଭାବେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିବା ସହ ପ୍ରଭାସ ମଞ୍ଜରୀ ଆଇନ ମହାବିଦ୍ୟାଳୟ କେନ୍ଦୁଝରର ପ୍ରତିଷ୍ଠାତା ସମ୍ପାଦକ ଏବଂ ଜିଲା ଖାଉଟି ଉପଭୋକ୍ତା ମଞ୍ଚ ସଭାପତି ଭାବେ ଗୁରୁ ଦାୟିତ୍ୱ ତୁଲାଇ ନିଜର ଦକ୍ଷତା ପ୍ରତିପାଦନ କରିଆସିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତଃ ଦାସଙ୍କ ସ୍ତ୍ରୀ ରତ୍ନପ୍ରଭା, ଭଉଣୀ ରାଇକିଶୋରୀ, ପୁଅ ଆଶିଷ ପ୍ରିୟଦର୍ଶି ଓ ବୋହଳ ଅନୁରାଧା, ସାନପୁଅ ଅମ୍ଳାନ ସୁରତ୍ନମ୍‌‌, ଝିଅ ଅନନ୍ୟା ଐଶ୍ୱର୍ଯ୍ୟା ଓ ଜ୍ୱାଇଁ ଚନ୍ଦ୍ର ପ୍ରକାଶ ଦାସ, ନାତି ଆର୍ଯ୍ୟମନ୍‌‌ ପ୍ରିୟଦର୍ଶିଙ୍କ ସମେତ ପରିବାରବର୍ଗ ଓ ବନ୍ଧୁବାନ୍ଧବ ଉପସ୍ଥିତ ରହି ସ୍ୱର୍ଗତାଃ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories