www.samajalive.in
Sunday, December 14, 2025
14.1 C
Bhubaneswar

ଜୁନ ୧୫ ସୁଦ୍ଧା ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେବ

ଡେସ୍କ: ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଜୁନ ୧୫ ସୁଦ୍ଧା ଶେଷ ହେବ। ଆଜି କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକଙ୍କ ସହ ଆଲୋଚନା ପରେ ଏହା ଜଣାପଡିଛି। ମନ୍ତ୍ରୀ ଶ୍ରୀ ଠାକୁର ସେମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗର ତଦନ୍ତ କାର୍ଯ୍ୟ ଚଳିତ ମାସ ୧୫ ସୁଦ୍ଧା ଶେଷ କରାଯିବ ଓ ଅଭିଯୋଗ ଫର୍ଦ୍ଧ ଦାଖଲ କରାଯିବ। ଆଜି ଶ୍ରୀ ଠାକୁରଙ୍କ ବାସଭବନରେ ଦୀର୍ଘ ୬ ଘଣ୍ଟା ଆଲୋଚନା ପରେ ଏଭଳି ମତ ରଖିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ।

ଶ୍ରୀ ଠାକୁର କହିଛନ୍ତି ଯେ କୁସ୍ତି ମହାସଂଘର ଏକ କମିଟି ଗଠନ କରାଯିବ ଏବଂ ଏହାର ମୁଖ୍ୟ ଜଣେ ମହିଳା ରହିବେ। ଏହାଛଡା ଜୁନ ୩୦ ସୁଦ୍ଧା ହେବାକୁ ଥିବା ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ନିର୍ବାଚନରେ ବ୍ରିଜ୍‌ଭୂଷଣ ଶରଣ ସିଂହ ଓ ତାଙ୍କ ସହଯୋଗୀଙ୍କୁ ନିର୍ବାଚନରେ ଭାଗ ନ ନେବାକୁ କୁହାଯାଇଛି। ଅନଶନ ସମୟରେ ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦାୟର ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ହେବ ବୋଲି ଜଣାପଡିଛି।

- Advertisement -

ସୂଚନାଯୋଗ୍ୟ, ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ଜଣେ ନାବାଳିକାଙ୍କ ସହ କିଛିମହିଳା ମଲ୍ଲଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ବ୍ରିଜ୍‌ଭୂଷଣଙ୍କ ଗିରଫ ପାଇଁ ୨ ଥର ଦେଶର ନାମୀ ମଲ୍ଲଯୋଦ୍ଧା ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣାରେ ବସିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପରେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୨ଟି ଏତଲା ଦିଲ୍ଲୀ ପୁଲିସ ଦାଏର କରିଛି। ଅଭିଯୋଗ କରିଥିବା ମହିଳା ମଲ୍ଲଯୋଦ୍ଧାଙ୍କ ମଧ୍ୟରେ ଜଣେ ନାବାଳିକା ଥିବାରୁ ପକ୍‌ସୋ ଆଇନ୍ ଅନ୍ତର୍ଗତ ଏକ ଏତଲା ରୁଜ୍ଜୁ ହୋଇଛି। ପୁଣି ଅନ୍ୟ ମହିଳା ମଲ୍ଲଯୋଦ୍ଧାଙ୍କ ଅଭିଯୋଗ ଅଧାରରେ ଆଉ ଏକ ଏତଲା ରୁଜ୍ଜୁ ହୋଇଛି। ଉଭୟ ଏତଲା ଆଧାରରେ ଉତ୍ତର ପ୍ରଦେଶର କୈଶରଗଞ୍ଜର ବିଜେପି ସାଂସଦ ବ୍ରିଜ୍‌ଭୂଷଣଙ୍କ ବିରୋଧର ଦିଲ୍ଲୀ ପୁଲିସ୍‌ ଗତକାଲିଠାରୁ ତଦନ୍ତ ଆରମ୍ଭ କରିଛି।

ଏହି ତଦନ୍ତ ଅନ୍ତର୍ଗତ ଦିଲ୍ଲୀ ପୁଲିସର ଏକ ଦଳ ଉତ୍ତର ପ୍ରଦେଶର ଗୋଣ୍ଡାରେ ଥିବା ବିଜ୍‌ଭୂଷଣଙ୍କ ବାସଭବନକୁ ଯାଇଥିଲା। ସେଠାରେ ବିଜ୍‌ଭୂଷଣଙ୍କ କିଛି ସହଯୋଗୀ ଏବଂ ତାଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କୁ ଦିଲ୍ଲୀ ପୁଲିସ୍‌ ପଚରା ଉଚୁରା କରିଥିଲା ଏବଂ ପରେ ସେମାନଙ୍କ ବୟାନ ରେକର୍ଡ କରିଥିଲା। କର୍ମଚାରୀଙ୍କ ମଧ୍ୟରେ ବ୍ରିଜ୍‌ଭୂଷଣଙ୍କ ଗାଡ଼ିଚାଳକ ମଧ୍ୟ ଅଛନ୍ତି। ପୁଲିସ ସମସ୍ତଙ୍କ ପରିଚୟ ପତ୍ର ଯାଞ୍ଚ କରିଥିଲା ଏବଂ ସେମାନଙ୍କ ଠିକଣା ମଧ୍ୟ ଲିପିବଦ୍ଧ କରିଥିଲା। ଦିଲ୍ଲୀ ପୁଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ସାଂସଦ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ହୋଇଥିବା ଅଭିଯୋଗର ପ୍ରମାଣ ଏକାଠି କରିବା ଏବଂ ସାକ୍ଷୀ ଯୋଗାଡ଼ କରିବା ଅନ୍ତର୍ଗତ ଏହା କରାଯାଇଛି। ପୁଣି ଜଣେ ନାବାଳିକାଙ୍କ ଅଭିଯୋଗକ୍ରମେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ପକ୍‌ସୋ ଆଇନ୍ ଅନ୍ତର୍ଗତ ମାମଲା ରୁଜ୍ଜୁ ହୋଇଥିବାରୁ ଉକ୍ତ ନାବାଳିକାଙ୍କର ସାନି ବୟାନ ରେକର୍ଡ କରାଯାଇଛି। ତେବେ ଏହି ମାମଲା ସମ୍ବେଦନଶୀଳ ହୋଇଥିବାରୁ ତଦନ୍ତ ବିଷୟରେ କହିବା ଅସମ୍ଭବ। ବ୍ରିଜ୍‌ଭୂଷଣଙ୍କ ଗିରଫ ଦାବିରେ ଆନ୍ଦୋଳନ ଓ ଧାରଣାର ନେତୃତ୍ବ ନେଇଥିଲେ ସାକ୍ଷୀ ମଲ୍କିକ, ବଜରଙ୍ଗ ପୁନିଆ ଓ ବିନେଶ ଫୋଗତଙ୍କ ପରି ନାମୀ ମଲ୍ଲଯୋଦ୍ଧା।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories