ଗୁରୁଡ଼ିଝାଟିଆ: ବାଲେଶ୍ୱରର ବାହାନଗା ଠାରେ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କ ପାଇଁ ଏକ ଶୋକସଭା ଶ୍ରୀରାମ ବରିଷ୍ଠ ନାଗରିକ ସଂଘ କଖଡି ନଦୀକୂଳ ପକ୍ଷରୁ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଭାଗିରଥି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ କାର୍ଯ୍ୟକାରୀ ସଭାପତି ବେଣୁଧର ମହାନ୍ତି, ସଂପାଦକ କିରଣ ବିହାରୀ ଖଟୁଆ, ବିଷ୍ଣୁଚରଣ ମହାରଣା, ଅଚ୍ୟୁତାନନ୍ଦ ଖଟୁଆ, ଚନ୍ଦ୍ରଶେଖର ପରିଡ଼ା, ଗୌରାଙ୍ଗ ଅମହନ୍ତ, ବ୍ରଜରାଜ ଖଟୁଆ, ମିହିର ଶତପଥି, ମାୟାଧର ଦଳାଇ, ରତ୍ନାକର ସାମନ୍ତ, ରାଜକିଶୋର ଖଟୁଆ ପ୍ରମୁଖ ଯୋଗଦେଇ ମୃତକଙ୍କ ସଦଗତି କାମନା କରିବା ସହିତ ମହାପ୍ରଭୂ ଜଗନ୍ନାଥ ଓ ପ୍ରଭୂ ଧବଳେଶ୍ୱର ସେମାନଙ୍କ ପରିବାରକୁ ଦାରୁଣ ଦୁଃଖ ସମୟରେ ସାହସ ପ୍ରଦାନ କରବା ସହ ଆହତମାନଙ୍କ ଶିଘ୍ର ଅରୋଗ୍ୟ କରିବା ନିମନ୍ତେ ପ୍ରାର୍ଥନା କରିଥିଲେ।
Popular Categories



