ବୌଦ୍ଧ: ବୌଦ୍ଧ ସହରର କିଆକଟା ମହାନଦୀ ସେତୁ ଠାରେ ମଙ୍ଗଳବାର ଦିନ ଏକ ଟ୍ରକ ସହ ବୋଲେରର ଧକ୍କା ଫଳରେ ବୋଲେର ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ମୁତାବକ ମଙ୍ଗଳବାର ଦିନ ସକାଳ ରେଢାଖୋଲ ପଟୁ ଏକ ଟ୍ରକ ବୌଦ୍ଧ ଆଡକୁ ଆସୁଥିବା ବେଳେ ବୌଦ୍ଦ ପଟୁ ବୋଲେରଟି କୁମ୍ଭିଆ ଗ୍ରାମକୁ ଯାଉଥିବା ବେଳେ ମହାନଦୀ ସେତୁ ଉପରେ ଉଭୟ ଗାଡି ମଧ୍ୟରେ ମୁର୍ହାମୁହଁ ଧକ୍କା ହୋଇଥିଲା। ଫଳରେ ବୋଲେରେ ଗାଡିର ଚାଳକ ଗୁରୁତର ହୋଇଥିବା ଜଣାପଡ଼ିଛି। ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଥିବା ବୋଲେର ଚାଳକ ଗୁରୁତର ହେବାରୁ ତାକୁ ବୁର୍ଲା ପଠାଯାଇଥିବା ଜଣାପଡ଼ିଛି। ଏପେଟ ଟ୍ରକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି।
Popular Categories



