www.samajalive.in
Saturday, December 13, 2025
26.1 C
Bhubaneswar

ସାମାଜିକ ସଂସ୍କାର ପାଇଁ ରାମଲୀଳା ଲୋକକଳା ବଞ୍ଚି ରହିବା ଉଚିତ

ଆଠଗଡ଼: ଆଠଗଡ଼ ଓ ତିଗିରିଆ ବ୍ଲକ ସମେତ ଟାଙ୍ଗି ଚୌଦ୍ୱାର ବ୍ଲକର ୬ଟି ପଞ୍ଚାୟତ ମଧ୍ୟରେ ରହିଥିବା ୧୦୫ଟି ରାମଲୀଳା ନାଟ୍ୟ ପରିଷଦକୁ ନେଇ ଗଠିତ ଜୟ ଶ୍ରୀ ରାମଲୀଳା ନାଟ୍ୟ ପରିଷଦ ମହାମଣ୍ଡଳର ବାର୍ଷିକ ଉତ୍ସବ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଅଛି। ମହାମଣ୍ଡଳର କାର୍ଯ୍ୟକାରୀ ସଭାପତି ରୁଦ୍ରଚରଣ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁଅ ତଥା ଯୁବ ବିଜେଡି ନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗଦେଇ ପ୍ରାଚୀନ ପୌରାଣିକ ବିଷୟବସ୍ତୁ ଉପରେ ପର୍ଯ୍ୟବେଶିତ ରାମଲୀଳା ପରିବେଷଣ ଦ୍ୱାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହିତ ଭାତୃତ୍ୱଭାବ ସୁଦୃଢ ହୋଇଥାଏ। ସାମାଜିକ ଓ ବ୍ୟକ୍ତିଗତ ସଂସ୍କାର ପାଇଁ ରାମଲୀଳା ଭଳି ଲୋକକଳା ବଞ୍ଚି ରହିବା ଉଚିତ୍‌‌ ବୋଲି ଶ୍ରୀ ସ୍ୱାଇଁ କହିବା ସହ ଏଥିପାଇଁ ସବୁ ବର୍ଗର ଲୋକ ସହଯୋଗ କରିବା ଲୋଡା ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ସିଆରିଆ ଆଶ୍ରମର ବାବା ସଦାନନ୍ଦ ଦାସ ମହାରାଜ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ପଦାଙ୍କ ଅନୁସରଣ ଦ୍ୱାରା ସୁଶାସନ ପ୍ରତିଷ୍ଠିତ ହୋଇପାରିବ ବୋଲି ମତ୍ୟବ୍ୟକ୍ତ କରିଥିଲେ। ଏହି ରାମଲୀଳା ଲୋକକଳାକୁ ଆମର ଉତ୍ତରପୀଢି ପାଇଁ ଉଜ୍ଜୀବିତ ରଖିବା ଲାଗି ଯେଉଁ ପ୍ରୟାସ କରାଯାଉଛି ତାହା ବାସ୍ତବିକ ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡଃ ନାରାୟଣ ପଣ୍ଡା ରାମଲୀଳା କଳାକାରଙ୍କ ନିଖୁଣ ଅଭିନୟ ଲୋକଙ୍କ ମନରେ ଏକ ପୌରାଣିକ ତଥା ଆଧ୍ୟାତ୍ମିକ ଭାବ ସୃଷ୍ଟି କରିଥାଏ ବୋଲି ମତବ୍ୟକ୍ତ କରି ଏହି କଳାକାରମାନଙ୍କ ଜୀବନଜୀବିକା ପ୍ରତି ଧ୍ୟାନଦେବା ଜରୁରୀ ବୋଲି ମତପ୍ରକାଶ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀ ସର୍ପେଶ୍ୱର ନଦିଆ କିର୍ତ୍ତନ ମହାମଣ୍ଡଳର ସଭାପତି ଅଜୟ କୁମାର ଦାସ, ଶ୍ରୀ ଜଗନ୍ନାଥ ଭାଗବତ ମଣ୍ଡଳ ସଭାପତି ପ୍ରଫୁଲ୍ଲ କୁମାର ବ୍ରହ୍ମ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ଆଠଗଡ଼ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ, ଗାୟକ ଜ୍ଞାନବାରିଧି ଭାଷ୍କର ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍‌‌ଗତି ପାଇଁ ୨ମିନିଟ୍‌‌ ନୀରବ ପ୍ରାର୍ଥନା କରାଯାଇଥିଲା। ରାମଲୀଳା ନାଟ୍ୟ ପରିଷଦର ସଂପାଦକ ଅଗାଧୁ ଚରଣ ବେଉରା, ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା ଓ ମୀନତି ଗାଗରାଇ ପ୍ରମୁଖ ଯୋଗଦେଇ ଉଦ୍‌‌ବୋଧନ ଦେଇଥିବା ବେଳେ ରଞ୍ଜନ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ। ପ୍ରଥମରୁ କେଉଟପଡ଼ା ପଞ୍ଚମୁଖୀ ହନୁମାନ ରାମଲୀଳା ଅନୁଷ୍ଠାନ ପକ୍ଷରୁ ଅଭିନୟ ମାଧ୍ୟମରେ ରାମବନ୍ଦନା ପରିବେଷଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ରାମଲୀଳା ଅନୁଷ୍ଠାନର କଳାକାରଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories