www.samajalive.in
Sunday, December 14, 2025
26.1 C
Bhubaneswar

ଆଦର୍ଶ ବିଦ୍ୟାଳୟକୁ ସ୍କୁଲ ବସ ଓ ଛାତ୍ରାବାସ ସୁବିଧା ଦାବି

ସମ୍ବଲପୁର: ସମ୍ବଲପୁର ଜିଲା ଜମନକିରା ବ୍ଲକ ଅର୍ନ୍ତଗତ ଚିନି ମହୁଲ ଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ସ୍କୁଲ ବସ ସେବା ଓ ଛାତ୍ରାବାସ ସୁବିଧା ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି। ମଙ୍ଗଳବାର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପ୍ରଦାନ କରିଥିବା ଦାବିପତ୍ର ଅନୁଯାୟୀ, ସେମାନେ ମୁଣ୍ଡେନପାଲି ଗ୍ରାମର ନିବାସୀ ହୋଇଥିବା ବେଳେ ସେଠାରୁ ଚିନିମହୁଲ ପ୍ରାୟ ୪୦ କିମି ଦୂର ଅଟେ। ମୁଣ୍ଡେନପାଲି ଗ୍ରାମରୁ ପ୍ରାୟ ୬ ରୁ ୭ କିମି ଦୂର ସାଇକେଲରେ ଆସିବା ପରେ ବେସରକାରୀ ବସ ଯୋଗେ ପ୍ରାୟ ୧ ଘଣ୍ଟାର ଯାତ୍ରା ପରେ ଚିନିମହୁଲ ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ପହୁଞ୍ôଚଥାନ୍ତି। ବିଦ୍ୟାଳୟ ଛୁଟି ହେବା ପୂର୍ବରୁ ସେମାନେ ବାଧ୍ୟ ହୋଇ ବିଦ୍ୟାଳୟ ଛାଡି ବସ ଧରିବାକୁ ସେମାନଙ୍କୁ ଆସିବାକୁ ପଡୁଛି। ଆସିବା ରାସ୍ତାରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ସେମାନେ ଘରକୁ ରାତ୍ର ପ୍ରାୟ ୭ଟା ହୋଇଯାଉଛି। ଚିନିମହୁଲ ଅଞ୍ଚଳରେ ବେସରକାରୀ ଛାତ୍ରାବାସରେ ରହିଲେ ମାସକୁ ପ୍ରାୟ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବାରୁ ତାହା ସେମାନଙ୍କ ପରିବାର ପକ୍ଷରେ ସମ୍ଭବପର ନୁହେଁ। ମୁଣ୍ଡେନପାଲି ଗ୍ରାମରୁ ୩୦ ଜଣ ଛାତ୍ରଛାତ୍ରୀ ଚିନିମହୁଲ ଆଦର୍ଶ ବିଦ୍ୟାଳୟକୁ ପଢ଼଼ିବା ପାଇଁ ନିୟମିତ ଯାତାୟାତ କରୁଛନ୍ତି। ଏଣୁ ଯାତାୟାତ ପାଇଁ ବସ ସେବା କିମ୍ବା ଛାତ୍ରାବାସର ସୁବିଧା କରାଗଲେ ସେମାନେ ଠିକ ଭାବରେ ପାଠ ପଢ଼଼ିବାର ସୁବିଧା ହୋଇ ପାରିବ ବୋଲି ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ପ୍ରଦତ୍ତ ଦାବିପତ୍ରରେ ଅନିକେଶ କୁମାର ନାଥ, ଦିନେଶ କୁମାର ବିଶି, ଆୟୁଷ ମଲ୍ଲିକ, ସଙ୍କେତ କୁମାର ପଣ୍ଡା, ଓମ ପ୍ରକାଶ ଠାକୁର, ପ୍ରତ୍ୟୁଷ ପଣ୍ଡା, କିରଣ ବେହେରା, ଶିଳ୍ପି ସାହୁ, ସାହିଲ ମିର୍ଦ୍ଧା, ପ୍ରତିକ୍ଷା ପନ୍‌‌ଡା, ଜ୍ୟୋତି ମୁଣ୍ଡା, ଶ୍ରୀତମ ରଞ୍ଜନ ବେହେରା, ପ୍ରିୟଙ୍କା ବେସନ, ପ୍ରଜ୍ଞାନ ଭୋଇ, ପ୍ରିୟଦର୍ଶିନୀ ରଣବିଡା ଙ୍କ ସମେତ ଅନ୍ୟ ମାନଙ୍କର ଦସ୍ତଖତ ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories