www.samajalive.in
Monday, December 8, 2025
20.1 C
Bhubaneswar

ଉଚ୍ଛେଦକୁ ନେଇ ପ୍ରତିବାଦ

ସମ୍ବଲପୁର: ସମ୍ବଲପୁର ସହରରେ ଏବେ ପ୍ରଶାସନ ଦ୍ୱାରା ଅନେକ ସ୍ଥାନରେ ବିକାଶ ମୂଳକ କାର୍ଯ୍ୟ ନିମନ୍ତେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ମୁଦିପଡ଼ା ଫାର୍ମରୋଡ ଅଞ୍ଚଳରେ ରାସ୍ତା କଡରେ ଅସ୍ଥାୟୀ ଦୋକାନ କରିଥିବା ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ ପାଇଁ ନିଗମ କତ୍ତୃପକ୍ଷରୁ ନୋଟିସ ଦିଆଯାଇଛି। ଏଣୁ ଦୋକାନୀ ମାନେ ମଙ୍ଗଳବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଏହାର ପ୍ରତିବାଦ କରିଛନ୍ତି। ବିନା କୌଣସି ଥଇଥାନର ବ୍ୟବସ୍ଥା କରାଯାଇ ସେମାନଙ୍କୁ ଉଚ୍ଛେଦ କରାଯାଉଛି ବୋଲି ଦୋକାନୀ ମାନେ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି। ଏହି ମର୍ମରେ ଏକ ଦାବିପତ୍ର ଜିଲା ପ୍ରଶାସନ ନିକଟରେ ଦୋକାନୀ ମାନେ ପ୍ରଦାନ କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories