www.samajalive.in
Friday, December 12, 2025
16.1 C
Bhubaneswar

ଏନଏଲସି କୋଇଲା ଖଣିର ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନଏଲସି କମ୍ପାନୀର ଠିକା ସଂସ୍ଥା ଆଦାନୀ କମ୍ପାନୀ (ଟିଓଏମପିଏଲ)ର ଶ୍ରମିକ ମାନେ ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେବେ କମ୍ପାନୀର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବାର ଜଣାପଡିଛି। ୫ ତାରିଖ ସୋମବାର ଦିନ ସକାଳ ୯ଟା ରୁ ଶ୍ରମିକ ମାନେ ଖଣି ଖନନ ଓ ପରିବହନ କାର୍ଯ୍ୟ ବନ୍ଦ କରିବା ସହ କୋଇଲା ପରିବହନ ରାସ୍ତାର ମୁଖ୍ୟ ଫାଟକ ସମ୍ମୁଖରେ କର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟର ହାଇ ପାୱାର କମଟି ନିର୍ଦ୍ଧାରଣ କରିଥିବା ହାରରେ ଦରମା ଓ ଅନ୍ୟାନ୍ୟ ଭତ୍ତା ଏବଂ ୨୦୨୧ ଜାନୁଆରୀରୁ ଏରିଅର୍ ସହ ବକେୟା ଦାବୀରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ଆହ୍ୱାନ କ୍ରମେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories