www.samajalive.in
Saturday, December 13, 2025
21.1 C
Bhubaneswar

ଦୁର୍ଘଟଣାରେ ଆହତ ଯୁବକଙ୍କୁ ମେଡିକାଲରେ ପହଞ୍ଚାଇଲେ ସମାଜସେବୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ – ବାଲିଗୁଡା ଯାଇଥିବା ମୁଖ୍ୟ ରାସ୍ତାର ମୁଣ୍ଡାସାହି ନିକଟରେ ମଙ୍ଗଳବାର ସକାଳେ ଜଣେ ଯୁବକ ରାସ୍ତା କଡରେ ଥିବା ଏକ ଗଛରେ ବାଇକ ସହ ଧକ୍କା ହୋଇ ଗୁରୁତର ଆହତ ଅବସ୍ଥାରେ ପଡିରହିଥି। ଘଟଣାକୁ ମୁଣ୍ଡା ସାହିର କିଛି ଲୋକେ ଦେଖିବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ବିଳମ୍ବ ହେବାରୁ ସେମାନେ ଟିମ ହ୍ୟୁମାନୀଟି ସଦସ୍ୟ ତଥା ସ୍ବେଛାସେବୀ ସଞ୍ଜୟ ଦିଗାଲକୁ ଯୋଗାଯୋଗ କରିଥିଲେ। ଖବର ପାଇ ସଞ୍ଜୟ ଦିଗାଲ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଅବସ୍ଥାରେ ରାସ୍ତା କଡରେ ପଡି ଛଟପଟ ହେଉଥିବା ଯୁବକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ନିଜ ବାଇକରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମାଜସେବୀ ସଞ୍ଜୟ ଦିଗାଲ ଫିରିଙ୍ଗିଆ ସହରରେ ଏକ ଛୋଟିଆ ବାଇକ ଗ୍ୟାରେଜ କରି ନିଜର ପରିବାର ଚଳାଇ ଆସୁଥିବା ବେଳେ ଦୀର୍ଘ ବର୍ଷ ହେବ ସମାଜ ସେବା କରି ଆସୁଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories