ଡେସ୍କ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଆନୁକୂଲ୍ୟରେ ପ୍ରଦାନ କରାଯାଉଥିବା ଓଡିଆ ସ୍ତମ୍ଭ ସାହିତ୍ୟ ସମ୍ମାନ-୨୦୨୩ ପାଇଁ ପାଠକମାନଙ୍କୁ ତାଙ୍କର ପ୍ରିୟ ସ୍ତମ୍ଭକାରଙ୍କ ନାମ ସୁପାରିଶ କରିବା ପାଇଁ ଅନୁଷ୍ଠାନ ତରଫରୁ ନିବେଦନ କରାଯାଇଛି। ୨୦୨୧ ମସିହା ଠାରୁ ଓଡିଆ ଭାଷାରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ସ୍ତମ୍ଭ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ଲେଖକମାନଙ୍କୁ ସମ୍ମାନିତ କରିବାର ଏହି ମର୍ଯ୍ୟାଦାଜନକ ପ୍ରକ୍ରିୟା ଆରମ୍ଭ ହୋଇଛି।୨୦୨୩ ମସିହା ପାଇଁ ପାଠକ ମାନେ ତାଙ୍କର ପ୍ରିୟ ସ୍ତମ୍ଭକାରଙ୍କ ସବିଶେଷ ବିବରଣୀ ଯେପରିକି ଲେଖକଙ୍କ ନାମ, ଠିକଣା, ଟେଲିଫୋନ ନମ୍ବର, ଇମେଲ ଠିକଣା ସହିତ ତାଙ୍କ ଦ୍ବାରା ଲିଖିତ ସ୍ତମ୍ଭ ଗୁଡିକର ସଙ୍କଳନର ସବିଶେଷ ବିବରଣୀ ଚଳିତ ଜୁନ ମାସ ୩୦ ତାରିଖ ସୁଦ୍ଧା ଇମେଲ ବା ହ୍ଵାଟ୍ସଆପ ମାଧ୍ୟମରେ ପଠାଇବା ପାଇଁ ସଂଗଠନ ତରଫରୁ ଅନୁରୋଧ କରାଯାଇଛି। ଚଳିତ ବର୍ଷ ଠାରୁ ଯୁବ ସ୍ତମ୍ଭକାରମାନଙ୍କୁ ଏହି ସମ୍ମାନରେ ସାମିଲ କରାଯିବ। ଏଣୁ ପାଠକମାନେ ୨୦୨୩ ମସିହା ଓଡିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପାଇଁ ଉଭୟ ବରିଷ୍ଠ ଓ ଯୁବ ବର୍ଗରେ ତାଙ୍କର ପ୍ରିୟ ଲେଖକମାନଙ୍କୁ ମନୋନୀତ କରିବା ପାଇଁ ନାମାଙ୍କନ ପ୍ରେରଣ କରିବେ। ହ୍ଵାଟ୍ସଆପ ନମ୍ବର +୯୧-୯୩୫୦୧୨୭୩୭୦ ଏବଂ ଇମେଲ: info.intellects@gmail.com ଠିକଣାରେ ନାମାଙ୍କନ ପଠାଇବାକୁ ଅନୁରୋଧ।
Popular Categories



