www.samajalive.in
Monday, December 8, 2025
13.1 C
Bhubaneswar

ଏନଏଲସି କୋଇଲା ଖଣିର ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନଏଲସି କମ୍ପାନୀର ଠିକା ସଂସ୍ଥା ଆଦାନୀ କମ୍ପାନୀ (ଟିଓଏମପିଏଲ)ର ଶ୍ରମିକ ମାନେ ଶ୍ରମିକ ଶୋଷଣ ନୀତି ବିରୁଦ୍ଧରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ତେବେ କମ୍ପାନୀର ଲିଖିତ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବାର ଜଣାପଡିଛି। ୫ ତାରିଖ ସୋମବାର ଦିନ ସକାଳ ୯ଟା ରୁ ଶ୍ରମିକ ମାନେ ଖଣି ଖନନ ଓ ପରିବହନ କାର୍ଯ୍ୟ ବନ୍ଦ କରିବା ସହ କୋଇଲା ପରିବହନ ରାସ୍ତାର ମୁଖ୍ୟ ଫାଟକ ସମ୍ମୁଖରେ କର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରଣାଳୟର ହାଇ ପାୱାର କମଟି ନିର୍ଦ୍ଧାରଣ କରିଥିବା ହାରରେ ଦରମା ଓ ଅନ୍ୟାନ୍ୟ ଭତ୍ତା ଏବଂ ୨୦୨୧ ଜାନୁଆରୀରୁ ଏରିଅର୍ ସହ ବକେୟା ଦାବୀରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ଆହ୍ୱାନ କ୍ରମେ ଏହି ଆନ୍ଦୋଳନର ଡାକରା ଦିଆଯାଇଥିଲା।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories