www.samajalive.in
Sunday, December 14, 2025
15.1 C
Bhubaneswar

ଦୁଇଦିନରେ ୬ ଜିଲାରୁ ରେକର୍ଡ ୭୦୦୦ ୟୁନିଟ୍‌ ସଂଗ୍ରହ

ଭୁବନେଶ୍ବର : ରାଜ୍ୟରେ ପ୍ରାୟତଃ ଜୁନ ମାସରେ ହିଁ ରକ୍ତର ଅଭାବ ଦେଖାଦେଇଥାଏ। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁଁ ରକ୍ତଦାତା ରକ୍ତ ଦେବା ପାଇଁ ଅମଙ୍ଗ ହୋଇଥାନ୍ତି। ମାତ୍ର ଚଳିତ ଜୁନରେ ରାଜ୍ୟ ରକ୍ତ ସଂଗ୍ରହରେ ରେକର୍ଡ କରିଛି। ଏହାପଛରେ ରହିଛି ବାହାନଗା ରେଳ ଦୁର୍ଘଟଣା। ଦୁର୍ଘଟଣା ପରେ ଅନେକ ଆହତଙ୍କୁ ରକ୍ତଦାନ ନେଇ ବିଭିନ୍ନ ମହଲରେ ଆହ୍ବାନ ଦିଆଯାଇଥିଲା। ଏହାପରେ ଦୁର୍ଘଟଣା ରାତିରୁ ହିଁ ଆରମ୍ଭ ହୋଇଥିଲା ଅଭିଯାନ। ଛାତ୍ରଛାତ୍ରୀ, ବ୍ୟବସାୟୀ, ସିନେ ଅଭିନେତା, ବିଭିନ୍ନ ସାମାଜିକ ସଙ୍ଗଠନ ଆଦି ରକ୍ତଦାନ ପାଇଁ ଆଗେଇ ଆସିଲେ। ଏତେ ମାତ୍ରାରେ ରକ୍ତ ସଂଗ୍ରହ ହେଲା ଯେ, ଏବେ ରକ୍ତ ରଖିବା ପାଇଁ ସ୍ଥାନର ଅଭାବ ରହିଛି। ବର୍ତ୍ତମାନ ଉପକୂଳ ୬ ଜିଲାରୁ ମୋଟ ୭୦୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି। ଯଦି ସାରା ରାଜ୍ୟକୁ ନେବା ତେବେ ସଂଗୃହୀତ ୟୁନିଟ ସଂଖ୍ୟା ୧୨ ହଜାର ପାର କରିବ।
ବାହାନଗା ରେଳ ଦୁର୍ଘଟଣା ପରେ ଅକୁଣ୍ଠ ସହଯୋଗର ହାତ ବଢାଇଛନ୍ତି ରାଜ୍ୟବାସୀ। ସ୍ଥାନୀୟ ବାସିନ୍ଦା ଦେବଦୂତ ଭଳି ସାହାଯ୍ୟ ସହଯୋଗ କରିଛନ୍ତି। ଦୁର୍ଘଟଣାରେ ୧୧ ଶହରୁ ଅଧିକ ଆହତ ହୋଇ ବାଲେଶ୍ବର, କଟକ, ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଚୁର ରକ୍ତସ୍ରାବ ଯୋଗୁଁ ରକ୍ତ ଆବଶ୍ୟକତାକୁ ଉପଲବ୍ଧି କରି ଅନେକ ରକ୍ତଦାନ ପାଇଁ ଆହ୍ବାନ ଦେଇଥିଲେ। ସାମାଜିକ ଗଣମାଧ୍ୟମରେ ଏହା ଏକ ଆନ୍ଦୋଳନ ସାଜିଥିଲା। ଦୁର୍ଘଟଣାର କେଇ ଘଣ୍ଟା ପରେ ହିଁ ଅଭିଯାନ ଆରମ୍ଭ ହୋଇଯାଇଥିଲା। ଅଭିଯାନ ଆରମ୍ଭ ହୋଇଥିଲା ବାଲେଶ୍ବରରୁ। ପରେ ଅଭିଯାନ ତ୍ବରାନ୍ବିତ ହୋଇଥିଲା। ବିଭିନ୍ନ ବର୍ଗର ଲୋକ ସ୍ବତଃସ୍ଫୂର୍ତ୍ତ ଭାବେ ରକ୍ତଭଣ୍ଡାରକୁ ଫୋନ କରି ରକ୍ତ ଦେବା ପାଇଁ ଅନୁରୋଧ କରିଥିଲେ। ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ଭୁବନେଶ୍ବର, ଯାଜପୁର ଏବଂ ଢେଙ୍କାନାଳ ଜିଲାରେ ଅନ୍ୟ ଜିଲା ଅପେକ୍ଷା ରକ୍ତଦାନ ଅଧିକ ହୋଇଛି। ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ରକ୍ତଦାତା ରକ୍ତଦାନ କରିଥିଲେ। ଆହତଙ୍କୁ ରକ୍ତ ଦେବା ପରେ ବି ବର୍ତ୍ତମାନ ଆବଶ୍ୟକତାଠାରୁ ଅଧିକ ସଂଖ୍ୟାରେ ରକ୍ତ ଗଚ୍ଛିତ ରହିଛି। ଏମିତିକି ରକ୍ତ ରଖିବା ପାଇଁ ଜାଗା ନାହିଁ। ଏବେ ଥାଲାସେମିଆ, ଦୁର୍ଘଟଣା ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ବିନା ବଦଳରେ ରକ୍ତ ଦିଆଯାଇପାରିବ ବୋଲି ରକ୍ତଭଣ୍ଡାର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏନେଇ ରକ୍ତ ନିରାପତ୍ତା ଅଧିକାରୀ ଡା. ନୀଳକଣ୍ଠ ମିଶ୍ର କହିଛନ୍ତି ବାହାନଗା ରେଳ ଦୁର୍ଘଟଣା ପରେ ଅନେକ ସ୍ବେଚ୍ଛାକୃତଭାବେ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି। ବର୍ତ୍ତମାନ ଏତେ ମାତ୍ରାରେ ରକ୍ତ ସଂଗ୍ରହ ଆବଶ୍ୟକତାଠାରୁ ଅଧିକ ହୋଇଛି। ଯେହେତୁ ରକ୍ତର ଅବଧି ୩ ମାସ ତେଣୁ ସଂଗ୍ରହ ହୋଇଥିବା ରକ୍ତ ବ୍ୟବହାର ହେବା ଉଚିତ୍‌। ତେଣୁ ଏବେ ଯେଉଁମାନେ ରକ୍ତ ଦେବାକୁ ଚାହୁଁଛନ୍ତି କେବଳ ପଞ୍ଜୀକରଣ କରିଦିଅନ୍ତୁ ଏବଂ ଆବଶ୍ୟକ ସମୟରେ ରକ୍ତଭଣ୍ଡାର ପକ୍ଷରୁ ରକ୍ତଦାନ ନିମନ୍ତେ ଫୋନ କରି ଡକାଯିବ ଏବଂ ସେମାନେ ରକ୍ତ ଦେଇପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories