www.samajalive.in
Sunday, December 14, 2025
26.1 C
Bhubaneswar

କ ନୂଆଗାଁ ଓ ରାଇକିଆ ସୀମାନ୍ତରେ କାଳ ବୈଶାଖୀ ତାଣ୍ଡବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କ ନୂଆଗାଁ ଓ ରାଇକିଆ ସୀମାନ୍ତ ଗୁଞ୍ଜିବାଡ଼ି ପଞ୍ଚାୟତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଜାତୀୟ ରାଜପଥରେ ଅଦିନିଆ କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବିରାଟ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲା। ଫଳରେ ବ୍ରହ୍ମପୁର ଠାରୁ ବାଲିଗୁଡା ଅଭିମୁଖେ ଆସୁଥିବା ସମସ୍ତ ବସ ଆମ୍ବୁଲାନ୍ସ ଅନ୍ୟାନ୍ୟ ଗାଡ଼ି ଗୁଡ଼ିକ ଏକ ଘଣ୍ଟା ଧରି ଜାତୀୟ ରାଜପଥ ଉପରେ ଅଟକି ରହିଥିଲା । ଘଟଣା ସମ୍ପର୍କରେ ଜାଣିପାରି ରାଇକିଆ ବିଡ଼ିଓ ଶରତ କୁମାର ପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥାନିୟ ଲୋକଙ୍କ ସହ ମିଶି ରାସ୍ତା ଉପରେ ପଡ଼ି ରହିଥିବା ବଡ଼ ବଡ଼ ଗଛ ଗଣ୍ଡି ଗୁଡ଼ିକୁ କାଟି ରାସ୍ତାରୁ ହଟାଇ ଥିଲେ । ଏହା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ବିଜୁଳି ବର୍ଷାକୁ ଖାତିରି ନକରି ଵିଡିଓ ସାଧାରଣ ଲୋକଙ୍କୁ ସହାୟତା କରିଥିବାରୁ, ଵିଡିଓ ତାଙ୍କ କର୍ମଚାରୀ ମାନଙ୍କର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories