www.samajalive.in
Sunday, December 14, 2025
26.1 C
Bhubaneswar

ମୋ ଘର ଯୋଜନା କାର୍ଯ୍ୟକାରୀ ନେଇ ବୈଠକ

ବୌଦ୍ଧ: ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ମୋ ଘର ଯୋଜନାକୁ ଜିଲାସ୍ତରରେ କାର୍ୟ୍ୟକାରୀ କରାଇବା ପାଇଁ ଜିଲାସ୍ତରୀୟ ବ୍ୟାଙ୍କ ଅଧିକାରୀ ଏବଂ ରାଜସ୍ୱ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ଏକ ବୈଠକ ଜ଼ିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଅଶ୍ୱିନୀ ମେହେର, ଡିଡିଏମ ନାବାର୍ଡ ସତ୍ୟ ସ୍ୱରୂପ ବେଦାନ୍ତ, ସହକାରୀ ପ୍ରକଳ୍ପ ନିର୍ଦେଶିକା (ଗ୍ରାମୀଣ ଆବାସ) ସନ୍ଧ୍ୟା ରାଣୀ ମହାପାତ୍ର ଏବଂ ସମସ୍ତ ବ୍ୟାଙ୍କର ମ୍ୟାନେଜର ମାନେ ଯୋଗଦାନ କରିଥିଲେ। ‘ମୋ ଘର’ ଯୋଜନାକୁ ଜିଲ୍ଲାରେ ଠିକ ଭାବେ କାର୍ୟ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେବା ସହିତ ଜିଲ୍ଲାରେ ବଳକା ରହିଥିବା କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବା ଲକ୍ଷ୍ୟରେ ତଥା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାର ଉପକୃତ ହେବା ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଏହି ଯୋଜନାର ସଫଳ କାର୍ୟ୍ୟକାରିତା ଓ ରୂପାୟନ ସହ ଘର ପାଇଁ କିପରି ସହଜ ଋଣ ଯୋଗାଇ ଦିଆଯିବ ସେ ସମ୍ବନ୍ଧରେ ବୈଠକରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories