www.samajalive.in
Sunday, December 14, 2025
19.1 C
Bhubaneswar

ବଜାର ସଭାପତିଙ୍କ ପୁଅକୁ ଉଠାଇ ଆଣିଲା ପୁଲିସ, ଫାଣ୍ଡି ସମ୍ମୁଖରେ ବ୍ୟବସାୟୀ ସଂଘର ଧାରଣା

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧିକାରୀ ବ୍ୟବସାୟୀ ସଂଘର ସଭାପତି ବସନ୍ତ ସାହୁଙ୍କ ପୁଅ ଅଶ୍ୱିନୀ ସାହୁଙ୍କୁ ଉଠାଇ ଆଣିବା ପୁଲିସକୁ ମହାଙ୍ଗା ପଡ଼ିଛି। ଫାଣ୍ଡି ସମ୍ମୁଖରେ ବ୍ୟବସାୟୀ ସଂଘ ଧାରଣା ଦେଇଥିବା ବେଳେ ତୁରନ୍ତ ଫାଣ୍ଡି ଅଧିକାରୀଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବୀ କରି ବ୍ୟବସାୟୀ ସଂଘ ଧାରଣା ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ରାଜସୁନାଖଳା ବଜାର ମଧ୍ୟରେ ହାଇଓା ବୋଝେଇ ବାଲି ଟ୍ରକ ଯାତାୟତ କରୁଥିବାରୁ ଏହାର ପ୍ରତିବାଦ କରିଥିଲା ବ୍ୟବସାୟୀ ସଂଘ। ଦିନତମାମ ବଜାର ଭିତରେ ବାଲି ଗାଡି ଯାତାୟତ କାରଣରୁ ସାଧାରଣ ଯାତ୍ରୀ ଓ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଶନିବାର ଅପରାହ୍ନରେ ଏକ ବାଲି ବୋଝେଇ ଗାଡି ବଜାର ଭିତରେ ଯାଉଥିବା ସମୟରେ ବ୍ୟବସାୟୀ ସଂଘ ସଭାପତିଙ୍କ ପୁଅ ଅଶ୍ୱିନୀ ଏହାର ବିରୋଧ କରିଥିଲେ। ଏହାକୁ ନେଇ ବାଲି ବୋଝେଇ ଗାଡି ଚାଳକ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ବଜାର ସଭାପତିଙ୍କ ଘରକୁ ପୁଲିସ ଟିମ ସହ ଯାଇ ଅଶ୍ୱିନୀ ଖାଇ ବସିଥିବା ବେଳେ ଜୋରଜବରଦସ୍ତ ଘରୁ ଉଠାଇ ଆଣି ହାଜତ ଭିତରେ ରଖିଥିଲେ। ଖବରପାଇ ବଜାର ସଂଘର ଶତାଧିକ ସଦସ୍ୟ ଫାଣ୍ଡି ସମ୍ମୁଖରେ ପହଁଚି କେଉଁ କାରଣରୁ ଅଶ୍ୱିନୀକୁ ହାଜତରେ ରଖିଛ ବୋଲି ଫାଣ୍ଡିରେ ପାଟିତୁଣ୍ଡ କରିବା ସହ ଫାଣ୍ଡି ସମ୍ମୁଖରେ ଭିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହି ସମୟରେ ଅଭିଯୋଗ କରିଥିବା ଗାଡି ଚାଳକ ନିଜ ଅଭିଯୋଗ ଫେରାଇ ନେବାରୁ ଅଶ୍ୱିନୀକୁ ଫାଣ୍ଡି ହାଜତରୁ ପୁଲିସ ଛାଡି ଦେଇଥିଲେ ମଧ୍ୟ ଘରେ ପଶି ପୁଲିସର ଦୁର୍ବ୍ୟବହାର ଓ ଅଭଦ୍ରୋଚିତ ଆଚରଣ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ବ୍ୟବସାୟୀ ସଂଘ। ରାତି ସାତଟାରେ ଶତାଧିକ ବ୍ୟବସାୟୀ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି।ଏନେଇ ଫାଣ୍ଡି ଅଧିକାରି ପ୍ରୀତିପ୍ରକାଶ ମହାନ୍ତିଙ୍କ ସହ ଯୋଗାଯୋଗ ପରେ ଅଭିଯୋଗ ଆଧାରରେ ମୁଁ ଘରେ ଚଢଉ କରି ଫାଣ୍ଡିରେ ଅଟକ ରଖିଥିଲି ତେବେ ମୁଁ ଆଇନ ଅନୁସାରେ କାମ କରୁଛି ବୋଲି ପ୍ରତିକ୍ରିୟା ରଖିଛନ୍ତି। ଖବର ଲେଖାହେବା ସୁଦ୍ଧା ଉତେଜନା ଲାଗି ରହିଥିବା ବେଳେ ବିକ୍ଷୋଭ ଓ ରାଜପଥ ଅବରୋଧ ଜାରି ରହିବା ଫଳରେ ଯାତାୟତ ବନ୍ଦ ରହିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories