www.samajalive.in
Sunday, December 14, 2025
14.1 C
Bhubaneswar

ମୃତ ଦେହ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ

ରେଙ୍ଗାଲି: ଭିମସାର୍‌‌ ବୁର୍ଲାରୁ ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ନିକଟସ୍ଥ କଟୁପଡ଼ାକୁ ଏକ ମୃତ ଦେହ ନେଇଯାଉଥିବା ଏକ ବୋଲେରୋ କତରବଗା ଥାନା ଅନ୍ତର୍ଗତ ଘଣ୍ଟମାଲ ଗ୍ରାମ ପାଖ ଏକ ମହୁଲ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଚାଳକ ଏବଂ ଗାଡିରେ ଥିବା ୪ଜଣ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ଘଣ୍ଟମାଲର ସ୍ୱେଚ୍ଛାସେବୀ ମଧୂସୁଦନ ନାୟକ ଏବଂ ମନୋଜ ପୁରୋହିତ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ୍‌‌ ଲଗାଇ ଓଲଟି ପଡ଼ିଥିବା ଗାଡିକୁ ଛିଡା କରାଇବା ସହିତ ଆହତ ମାନଙ୍କୁ ଉଦ୍ଧାର କରି ଲଇଡା ଫାଣ୍ଡି ଅଧିକାରୀ ଯୋଗେଶ୍ୱର କିସାନଙ୍କୁ ସୂଚନା ଦେଇଥିଲେ। ଫାଣ୍ଡି ଅଧିକାରୀ ଶ୍ରୀ କିସାନ ଆହତଙ୍କୁ ଲଇଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ପୂର୍ବତନ ବିଧାୟକ ରମେଶ ପଟୁଆ ନିଜ କାରରେ ମୃତ ଦେହକୁ କଟୁପଡ଼ା ଗ୍ରାମକୁ ପଠାଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories