www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଜିଲ୍ଲା ପରିଷଦ ଜୋନ୍ (୨) ଅଞ୍ଚଳର ବିଭିନ୍ନ ଗ୍ରାମରେ ଜନ କଲ୍ୟାଣ ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବାକୁ ରେଙ୍ଗାଲି ଜୋନ୍(୨) ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିୱାରୀ ଜିଲ୍ଳାପାଳ ଅନନ୍ୟା ଦାସଙ୍କୁ ସାକ୍ଷାତ କରି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ଠୁରୁପାଲି ଓ ଟାମ୍ପରକେଲା ଗ୍ରାମରେ କଲ୍ୟାଣ ମଣ୍ଡପ ନିର୍ମାଣ, କତରବଗାରେ ଆଦର୍ଶ ପୁଷ୍କରିଣୀ ଖନନ, ଜୁନାଡିହିରେ କିସାନ ସମାଜର ସାଂସ୍କୃତିକ ଭବନ,ଜରଲି ଗ୍ରାମରେ ମାଳି ସମାଜର ସାଂସ୍କୃତିକ ଭବନ ନିର୍ମାଣ, ଲଇଡାରେ ଅଘରିଆ ସମାଜ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ , ରଙ୍ଗଟିକ୍ରାରେ ରାଜୀବ ଲୋଚନ ତିୱାରୀ ଶିଶୁ ଉଦ୍ୟାନ, ଲଇଡା କଲେଜରେ ଶହୀଦ୍‌‌ ସୁବେଦାର ବ୍ରଜକିଶୋର ନାୟକ ସ୍ମାରକୀ ଅଡିଟୋରିୟମ ନିର୍ମାଣ, ରେଙ୍ଗଲୋଇରେ ଜଂଘା ଲିଂଘା ସାଂସ୍କୃତିକ ଭବନ ତଥା କଲ୍ୟାଣ ମଣ୍ଡପ ନିର୍ମାଣ, କେନ୍ଦୁଟିକ୍ରାରେ କଲ୍ୟାଣ ମଣ୍ଡପ ଏବଂ କୁସୁମଡିହି ରେ ରବିଦାସ ସମାଜ ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣ ଆଦି ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଉ ବୋଲି ଶ୍ରୀ ତିୱାରୀ ତାଙ୍କ ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories