www.samajalive.in
Tuesday, December 9, 2025
26.1 C
Bhubaneswar

୩ ହଜାର କୋଟି ଟଙ୍କାର ଶତ୍ରୁ ସମ୍ପତ୍ତି ଅଂଶଧନ ବିକ୍ରି କରିବେ ସରକାର

ନୂଆଦିଲ୍ଲୀ: ବିଭାଜନ ସମୟରେ ଦେଶ ଛାଡ଼ି ଚାଲି ଯାଇଥିବା ବ୍ୟକ୍ତି ଓ ଅନୁଷ୍ଠାନ ନାମରେ ଭାରତରେ ଥିବା ସମ୍ପତ୍ତି(ଶତ୍ରୁ ସମ୍ପତ୍ତି)କୁ କେନ୍ଦ୍ର ସରକାର ବାଜ୍ୟାପ୍ତ କରିଛନ୍ତି। ସେହି ସବୁ ସମ୍ପତ୍ତିକୁ ଜଣେ ତତ୍ତ୍ୱାବଧାରକଙ୍କ ଜିମାରେ ରଖାଯାଇଛି। ସେଥିରେ ଥିବା ସରକାରୀ ଅଂଶଧନ ବିକ୍ରି କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୩ ହଜାର କୋଟି ଟଙ୍କା ହେବ। କେନ୍ଦ୍ର ସରକାରଙ୍କ ପୁଞ୍ଜି ପ୍ରତ୍ୟାହାର ଯୋଜନା ଅଧୀନରେ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଆଇନ୍‍ ମନ୍ତ୍ରୀ ରବିଶଙ୍କର କହିଛନ୍ତି।
ଶତ୍ରୁ ସମ୍ପତ୍ତି ଦ୍ୱାରା ପରିଚାଳିତ ୯୯୬ଟି କମ୍ପାନୀରେ ୨୦ ହଜାର ଅଂଶଧନକାରୀଙ୍କ ୬.୫ କୋଟି ଶେୟାର ରହିଛି। ସେହି ସବୁ ସମ୍ପତ୍ତି ତତ୍ତ୍ୱାବଧାରକଙ୍କ ଜିମାରେ ରହିଛି। ସେଥିମଧ୍ୟରୁ ୫୮୮ଟି କମ୍ପାନୀ ସଚଳ ରହିଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ୮୦ ହଜାର କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଥିବା ବେଳେ ଏବେ ସୁଦ୍ଧା ମାତ୍ର ୧୦ ହଜାର କୋଟି ଟଙ୍କା ସଂଗ୍ରହ କରିପାରିଛନ୍ତି। ତେଣୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ସରକାର ଶତ୍ରୁ ସମ୍ପତ୍ତି ଅଂଶଧନ ବିକ୍ରି କରିବା ପାଇଁ ଯୋଜନା କରିଛନ୍ତି। ଏଥିସହିତ ଡ୍ରେଜିଂ କର୍ପୋରେସନ୍‍ ଅଫ୍‍ ଇଣ୍ଡିଆ ଲିମିଟେଡ୍‍ରେ ଥିବା କେନ୍ଦ୍ର ସରକାରଙ୍କ ୭୩.୪୪%ର ସମସ୍ତ ଅଂଶଧନ ପାରାଦୀପ, ଜେଏନ୍‍ପିଟି, କାଣ୍ଡଲା ଓ ବିଶାଖପାଟ୍ଟନମ ପୋର୍ଟ ଟ୍ରଷ୍ଟ କନ୍‍ସୋର୍ଟିୟମକୁ ବିକ୍ରି କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବିକ୍ରି ପ୍ରକ୍ରିୟା କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀସ୍ତ୍ରରୀୟ କମିଟି ଓ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories