www.samajalive.in
Sunday, December 14, 2025
19.1 C
Bhubaneswar

ମଲ୍ଲଯୋଦ୍ଧାଙ୍କ ସମର୍ଥନରେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ, ଶୋଭାଯାତ୍ରା

ଚଣ୍ଡିଗଡ଼/କଲକାତା: ଭାରତୀୟ କୁସ୍ତି ମହାସଂଘର ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ମହିଳା ମଲ୍ଲଯୋଦ୍ଧା ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ବ୍ରିଜ୍‌ଭୂଷଣଙ୍କ ଗିରଫ ପାଇଁ ୨ୟ ଥର ଦେଶର ନାମୀ ମଲ୍ଲଯୋଦ୍ଧା ଏପ୍ରିଲ ୨୩ରୁ ଦିଲ୍ଲୀର ଯନ୍ତର ମନ୍ତରରେ ଧାରଣାରେ ବସିଥିଲେ। ସେମାନଙ୍କ ମଧ୍ୟ​‌େ​‌ର ପ୍ରମୁଖ ଥିଲେ ଅଲିମ୍ପିକ୍‌ସ ପଦକ ବିଜେତା ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ, ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକ ବିଜୟିନୀ ବିନେଶ ଫୋଗତ ପ୍ରଭୃତି। ରବିବାର ସେମାନେ ନୂଆ ସଂସଦ ଭବନ ଆଡ଼କୁ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ପରେ ପୁଲିସ ଧାରଣାସ୍ଥଳରୁ ତମ୍ବୁ ହଟାଇ ଦେଇଥିଲା। ମଙ୍ଗଳବାର ମଲ୍ଲଯୋଦ୍ଧାମାନେ ହରିଦ୍ବାରର ଗଙ୍ଗାଘାଟକୁ ପଦକ ବିସର୍ଜନ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ କୃଷକ ନେତା ନରେଶ ଟିକାୟତ ବୁଝାଇ ପଦକ ବିସର୍ଜନରୁ ରୋକିଥିଲେ। ହରିଦ୍ବାରରୁ ସମସ୍ତ ମଲ୍ଲଯୋଦ୍ଧା ସେମାନଙ୍କ ଘରକୁ ଚାଲି ଯାଇଛନ୍ତି। ହେଲେ ମଲ୍ଲଯୋଦ୍ଧାଙ୍କ ସମର୍ଥନରେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଓ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି।

ସଂଯୁକ୍ତ କିଷାନ୍ ମୋର୍ଚ୍ଚା ବ୍ୟାନରରେ ପଞ୍ଜାବ ଓ ହରିୟାଣାର କୃଷକମାନେ ଗୁରୁବାର ଆନ୍ଦୋଳନ ଓ ପ୍ରଦର୍ଶନ କରିଛନ୍ତି। ସେମାନେ ବ୍ରିଜ୍‌ଭୂଷଣଙ୍କୁ ଗିରଫ ଦାବିକରିବା ସହ ଦିଲ୍ଲୀର ଯନ୍ତର ମନ୍ତରରେ ମଲ୍ଲଯୋଦ୍ଧାଙ୍କୁ ଧାରଣା ଦେବାର ଅନୁମତି ଦେବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏଥିନେଇ ଦାବିପତ୍ର ସେମାନେ ସ୍ଥାନୀୟ ପୁଲିସ ଅଧିକାରୀ ଓ ମାଜିଷ୍ଟ୍ରେଟ୍‌ଙ୍କୁ ଦେଇଛନ୍ତି। ତୁରନ୍ତ ବ୍ରିଜ୍‌ଭୂଷଣଙ୍କୁ ଗିରଫ କରି ପୁଲିସ ହେଫାଜତରେ ତାଙ୍କର ତ୍ବରିତ ଜେରା କରିବାକୁ ସେମାନେ ଦାବି କରିଛନ୍ତି। ଭାରତୀ କିଷାନ୍ ୟୁନିଅନ୍ ପକ୍ଷରୁ ପଞ୍ଜାବର ୧୬ଟି ସହରରେ ଆନ୍ଦୋଳନ କରାଯାଇଛି। ଏଥିରେ ୩୦ଟି କୃଷକ ସଂଗଠନ ଭାଗ ନେଇଛନ୍ତି। ସେମାନେ ବ୍ରିଜ୍‌ଭୂଷଣଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ଚଣ୍ଡିଗଡ଼ର ପଞ୍ଜାବ ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ଆନ୍ଦୋଳନ କରା ଯାଇଥିଲା। ଏଣେ କଲକାତାରେ କ୍ରମାଗତ ୨ୟ ଦିନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଲ୍ଲଯୋଦ୍ଧାଙ୍କ ସପକ୍ଷରେ ପଦଯାତ୍ରା ଓ ଆନ୍ଦୋଳନ କରିଛନ୍ତି। ମମତା ମଧ୍ୟ ବ୍ରିଜ୍‌ଭୂଷଣଙ୍କ ଗିରଫ ଦାବି କରିଛନ୍ତି। ଜୀବନ, ନ୍ୟାୟ ଓ ସ୍ବାଧୀନତା ପାଇଁ ଏହି ଆନ୍ଦୋଳନ ବୋଲି ମମତା କହିଛନ୍ତି। ମଲ୍ଲଯୋଦ୍ଧାଙ୍କୁ ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି; ଏହି ଆନ୍ଦୋଳନ ଜାରିରହିବ ବୋଲି ମମତା କହିଛନ୍ତି। ବୁଧବାର ସନ୍ଧ୍ୟାରେ ତାଙ୍କ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ମମତା କଲକାତାରେ ଏକ ବିଶାଳ ମହମବତୀ ଶୋଭାଯାତ୍ରା କରିଥିଲେ। ପୁଣି କଂଗ୍ରେସ ନେତା ଭୂପିନ୍ଦର ସିଂହ ହୁଡା ହରିୟାଣା ସରକାର ରାଜ୍ୟର ମଲ୍ଲଯୋଦ୍ଧାଙ୍କ ଦାବି କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଦାବି କରିଛନ୍ତି। ଗୁରୁବାର ହରିୟାଣାର କୁରୁକ୍ଷେତ୍ରରେ ଆୟୋଜିତ ମହାପଞ୍ଚାୟତରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ଦିଲ୍ଲୀର ଖାପ୍‌ ନେତାମାନେ ଯୋଗ ଦେଇଥିଲେ। ବୈଠକ ପରେ କୃଷକ ନେତା ରାକେଶ ଟିକାୟତ ଘୋଷଣା କରିଥ​ିଲେ ଯେ ଖାପ୍‌ମାନଙ୍କର ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟି ବ୍ରିଜ୍‌ଭୂଷଣଙ୍କ ଗିରଫ ଦାବିକରିବ। ମଲ୍ଲଯୋଦ୍ଧା ନ୍ୟାୟ ପାଇବା ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରିରହିବ ବୋଲି ଟିକାୟତ୍ ଘୋଷଣା କରିଥିଲେ। ଉତ୍ତର ପ୍ରଦେଶର ମୁଜାଫରନଗରରେ ମଧ୍ୟ ଖାପ୍ ପଞ୍ଚାୟତର ବୈଠକରେ ବ୍ରିଜ୍‌ଭୂଷଣଙ୍କ ଗିରଫ ଦାବି କରା ଯାଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories