www.samajalive.in
Sunday, December 14, 2025
16.1 C
Bhubaneswar

ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ବ।ର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ବୌଦ୍ଧ: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଭତା ପହଞ୍ଚାଇବା ଘୋଷଣା କରାଯିବାପରେ ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ଏହି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୌଦ୍ଧ ଏନଏସି ୧ ନମ୍ବର ୱାର୍ଡ ମାଳିସାହି କମ୍ୟୁନିଟି ସେଣ୍ଟରଠାରେ ୧ ଓ ୨ ନମ୍ବର ୱାର୍ଡର ବୃଦ୍ଧ,ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁ.ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା, ଷ୍ଟେଟବ୍ୟାଙ୍କ ଚିଫ ମ୍ୟାନେଜର, ୧ ନମ୍ବର କାଉନସିଲର ଶ୍ୟାମସୁନ୍ଦର ବାରିକ ଓ ୨ ନମ୍ବର କାଉନସିଲର ଦେବାଶିଷ ବିଶି ପ୍ରମୁଖ ଉପସ୍ଥିତ ଥିଲେ। ବଗିଚାସାହି,ମାଳିସାହି ଓ ପଣୁଆସାହିର ୮୦ବର୍ଷରୁ ଊର୍ଦ୍ଧ୍ବ ତିନିଜଣ ବୃଦ୍ଧାଙ୍କ ଘରକୁ ଯାଇ ଏନଏସି କର୍ତ୍ତୃପକ୍ଷ ଭତ୍ତା ବଣ୍ଟନ କରିଥିଲେ। ସେହିପରି ୩ ଓ ୪ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ କୁଲିପଡ଼ା ଘାଟସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ଏବଂ ୭,୮ ଓ ୯ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ ଟାଉନହଲଠାରେ ଭତ୍ତା ପ୍ରଦାନ କରାଯାଇଥିଲା। ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ସମୟରେ ଏନଏସି କର୍ତ୍ତୃପକ୍ଷଙ୍କ ସହି ଟାକ୍ସ କଲେକ୍ଟର ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ୮ ନମ୍ବର କାଉନସିଲର ଲକ୍ଷ୍ମୀ ମେହେର ଓ ୯ ନମ୍ବର କାଉନସିଲର ସ୍ୱର୍ଣ୍ଣଲତା ଦଳେଇଙ୍କ ସମେତ ଷ୍ଟେଟବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରର ମହେନ୍ଦ୍ର ମେହେର,ରାଜେଶ ପ୍ରଧାନ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ସେବା ଯୋଗାଇବାରେ ସହାୟତା କରିଥିଲେ। ଏହି ଭତା ବଣ୍ଟନ କାର୍ଯ୍ୟକ୍ରମ ପ୍ରତ୍ୟେକ ୱାର୍ଡରେ ଚାଲୁ ରହିବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି। ହିତାଧିକାରୀମାନେ ନିଜ ସାହି ବସ୍ତିରେ ଭତା ଟଙ୍କା ସୁବିଧାରେ ପାଇପାରୁଥିବାରୁ ଖୁସି ବ୍ୟକ୍ତ କରୁଥିବା ଦେଖାଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories