www.samajalive.in
Sunday, December 14, 2025
16.1 C
Bhubaneswar

ଗାଁ ନିକଟ ହୁଡାରେ ଦନ୍ତାହାତୀ, ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ

ପାଟଣା: ପାଟଣା ବନାଞ୍ଚଳ ସାହାରପଡା ବନକ୍ଷେତ୍ର ଉଦୟପୁର ବିଟ ଅଧିନସ୍ଥ ସିଲିପଦା ଗ୍ରାମର ଜଟିଆ ହୁଡ଼ିରେ ଏକ ଗୋଠ ଛଡ଼ା ଦନ୍ତା ହାତୀ ଥିବା ସୂଚନା ମିଳିଛି। ତେବେ ଏହି ହାତୀଟି ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୁଲି ବୁଲୁଛି। ହାତୀଟି ଏକା ବୁଲୁ ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଥିବା ବେଳେ ସାହାରପଡା ବନ କର୍ମଚାରୀ ପହଞ୍ଚି ହାତୀ ଉପରେ ନଜର ରଖିଛନ୍ତି। ତେବେ ହାତୀଟି ଆସିବା ବାଟରେ ସିଲିପଦା ଗ୍ରାମ ନିକଟ ବୈତରଣୀ ନଦୀ ପଠାରେ ଖରାଟିଆ ଧାନ ଚାଷ ହୋଇଥିବା ବେଳେ କିଛି ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି। ସନ୍ଧ୍ୟା ସୁଦ୍ଧା ହାତୀଟି ସିଲିପଦା ପଞ୍ଚାୟତ ବଲାଣିପଶି ଗ୍ରାମ ନିକଟରେ ଡେରା ପକାଇଥିବା ସାହାରପଡା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି। ତେବେ ହାତୀଟି ଆଜି ସୁଦ୍ଧା କାହାରି ଘର ଭାଙ୍ଗି ନଥିବା ସୂଚନା ମିଳିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories