ଶୀଘ୍ର କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ : ୮୫ ପ୍ରତିଶତ କାର୍ଯ୍ୟ ଶେଷ

ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ୫-ଟି ସଚିବ

ଡେସ୍କ : ୫-ଟି ସଚିବ  ଭି.କେ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ ନିର୍ମାଣସ୍ଥଳ ପରିଦର୍ଶନ କରି କାମର ଅଗ୍ରଗତି ସମୀକ୍ଷା କରିଛନ୍ଥି । ସମୀକ୍ଷାରୁ ଜଣାଯାଇଛି, ଯେ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇସାରିଛି।

prayash

୧୧ ଏକର ପରିମିତ ଅଞ୍ଚଳରେ ୧୮୦ କୋଟି ଟଙ୍କା ବ୍ୟୟରେ ଏହି ଟର୍ମିନାଲ ନିର୍ମାଣ କରାଯାଉଥିବା ବେଳେ ଭବିଷ୍ୟତରେ ସମ୍ପ୍ରସାରଣ ପାଇଁ ଆଉ ୪ ଏକର ଜମି ଅଛି । ଏଥିରେ ଫୁଡକୋର୍ଟ, ଏକ୍ସାଭେଟର, ଏଲିଭେଟର, ବହୁତଳ କାର୍‌ ପାର୍କିଂ, ଯାତ୍ରୀ ମାନଙ୍କୁ ନେବା ଆଣିବା ପାଇଁ ପିକ୍ ଅପ୍ ଓ ଡ୍ରପ୍ ବ୍ୟବସ୍ଥା ରହିବ। ଏହା ସହିତ ପ୍ରିପେଡ ଅଟୋରିକ୍ସା, ଟାକ୍ସି, ଓଲା, ଉବର ଆଦି ଟାକ୍ସି ଏଗ୍ରିଗେଟର ସୁବିଧା ମଧ୍ୟ ରହିବ। ସମ୍ପୂର୍ଣ୍ଣ ଟର୍ମିନାଲକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ। ଏଥିରେ ୱାଇଫାଇ, ବର୍ଜ୍ୟଜଳ ବିଶୋଧନ ବ୍ୟବସ୍ଥା ମଧ୍ୟ କରାଯାଉଛି।

 

Comments are closed.