www.samajalive.in
Sunday, December 14, 2025
16.1 C
Bhubaneswar

ଓରନ୍ଦା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଗୁରୁଡିଝାଟିଆ : ଓରନ୍ଦା ପଞ୍ଚାୟତର ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପାଇଁ  ୫୫ ନଂ ଜାତୀୟ ରାଜପଥ ପାର୍ଶ୍ବ ବାଳି ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନୂତନ ଗୃହର ଶିଳାନ୍ୟାସ କରି ଏହା ସ୍ଥାନୀୟ ଜନସାଧାରଣଙ୍କୁ ରାଜସ୍ୱ ସଂକ୍ରାନ୍ତ କାର୍ଯ୍ୟରେ ସହାୟକ ହେବା ସହିତ ବିଦ୍ୟାର୍ଥୀମାନଙ୍କୁ ଆଉ ସମୟ ଅପବ୍ୟୟ କରି ନିଧିପୁର ରାଜସ୍ୱ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ଏହା ରାଜ୍ୟ ସରକାରଙ୍କ ପଞ୍ଚାୟତବାସୀଙ୍କ ହାତ ପାହାନ୍ତାରେ ସେବା ଯୋଗାଇଦେବାର ଅନ୍ୟତମ ବଳିଷ୍ଠ ନମୂନା ବୋଲି କହିବା ସହିତ ଆଗାମୀ ଦିନରେ ଅନେକ ଲୋଭାଭିମୁଖୀ କାର୍ଯ୍ୟ ଏହି ପଞ୍ଚାୟତରେ ହେବ ବୋଲି କହିଥିଲେ । ତହସିଲଦାର ପ୍ରିୟବ୍ରତ ଦାସ, ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି, ସରପଞ୍ଚ ବିନ୍ଦୁବାସୀନି ଦାସ, କୁଷ୍ପଙ୍ଗି ସରପଞ୍ଚ ରତ୍ନପ୍ରଭା ରାଉତ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କେଶବ ଚନ୍ଦ୍ର ଦଳାଇ ଓ ସ୍ଥାନୀୟ ଅଞ୍ଚଳର ଆଗଧାଡିର ନେତୃବୃନ୍ଦ, ମୁରବୀ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories