www.samajalive.in
Sunday, December 14, 2025
26.1 C
Bhubaneswar

ଜନବସତି ନିକଟରେ ବର୍ଜ୍ୟବସ୍ତୁ ଡମ୍ପିଂ, ଜିଲ୍ଲାପାଳଙ୍କ ଠାରେ ଗ୍ରାମବାସୀଙ୍କ ଫେରାଦ୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଠାରେ ପ୍ରତିଷ୍ଠିତ ଜେଏସଡ୍ଳୁ-ଭୂଷଣ କମ୍ପାନୀ ଧୁବେନଛାପଲ ଓ ଲପଙ୍ଗା ମୌଜା ରେ ୭ଶହ ଏକର ଜମି ଅଧିଗ୍ରହଣ କରିଛି। ଜନବସତି ପାଖରେ ଥିବା ଉକ୍ତ ଜମିରେ ବେଆଇନ ଭାବରେ କାରଖାନା ରବର୍ଜ୍ୟବସ୍ତୁ, ଲୁହାପଥର, କୋଇଲା ଗୁଣ୍ଡ, ଫ୍ଲାଇ ଆସ୍ ଡମ୍ପିଂ କରୁଥିବାରୁ ଧୁବେନଛାପଲ, ପାଉଲେପଡା, ଧୁରୁଆ ପଡା, ହରିଜନପଡାର ଅଧିବାସୀ ଉତ୍କଟ ପ୍ରଦୁଷଣ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ ଓ ବିହିତ ପ୍ରତିକାର ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଫେରାଦ୍ ହୋଇଛନ୍ତି। ଗତ ୨୩ ତାରିଖ ମଙ୍ଗଳବାର ଦିନ ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଥିଲେ। ତେବେ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀ ପୁଣି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଓ ସ୍ଥାନିୟ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଏହି ସମସ୍ୟାର ସରଜମିନ ତଦନ୍ତ କରାଯାଇ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି। ଅନ୍ୟଥା କମ୍ପାନୀର କାମ ବନ୍ଦ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories