www.samajalive.in
Sunday, December 14, 2025
19.1 C
Bhubaneswar

ଗୋରୁ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଡ୍ରାଇଭର ସମେତ ୩ ଅଟକ

ଚୌଦ୍ୱାର : ସ୍ଥାନୀୟ ଗୋ ସୁରକ୍ଷା ବାହିନୀ ଓ ବଜରଙ୍ଗ ଦଳର କର୍ମୀ ମାନେ ୪ଟି ବଳଦ ଭର୍ତ୍ତି ହୋଇ ଚାଲାଣ ହେଉଥିବା ଏକ ପିକ୍ଅପ୍ ଭ୍ୟାନକୁ ଧରି ଚୌଦ୍ୱାର ଥାନାକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ଚୌଦ୍ୱାର ଦେଇ ନିୟମିତ ଭାବେ ଗାଡ଼ିରେ ବେଆଇନ୍ ଗୋରୁ ଚାଲାଣ ହେଉଥିବା ଖବର ପାଇ ଗୋ-ସୁରକ୍ଷା ବାହିନୀ ଓ ବଜରଙ୍ଗ ଦଳର କର୍ମୀ ମାନେ ଗତ କିଛିଦିନ ହେବ ଅଞ୍ଚଳର ବିଭିନ୍ନ ରାସ୍ତାରେ ରାତିରେ ଜଗି ରହୁଥିଲେ। ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ରବିବାର ବିଳମ୍ବିତ ରାତିରେ ଡାଳିଯୋଡ଼ା ବ୍ରହ୍ମପୁର ରାସ୍ତାରେ ଯାଉଥିବା ଖବର ପାଇ କର୍ମୀ ମାନେ ଗାଡ଼ିର ପିଛାକରି ବ୍ରହ୍ମପୁର-ବିଶିନାହାକାଣୀ ରାସ୍ତାର ତୁଳସୀପୁର ଠାରେ ଗାଡ଼ିଟିକୁ ଅଟକାଇବାରେ ସଫଳ ହୋଇଥିଲେ । ଗୋରୁଙ୍କ ସମେତ ଗାଡ଼ି ଓ ଗୋରୁ ବ୍ୟବସାୟୀଙ୍କୁ ଧରି ଚୌଦ୍ୱାର ଥାନାକୁ ଆଣି ପୁଲିସ ଜିମା ଦେଇଥିଲେ । ଗାଡ଼ି ଭିତରେ ୪ଟି ବଳଦ ଥିବାବେଳେ ଏହି ବଳଦ ଗୁଡ଼ିକୁ ବାଙ୍କୀରୁ ଯାଜପୁର ନିଆ ଯାଉଥିଲା ବୋଲି ଭ୍ୟାନ୍ ଡ୍ରାଇଭର ବିକାଶ ବେହେରା ସୂଚନା ଦେଇଥିଲା । ପୁଲିସ ଉଦ୍ଧାର ହୋଇଥିବା ବଳଦ ଗୁଡ଼ିକୁ ମଙ୍ଗରାଜପୁରସ୍ଥିତ ଗୋଶାଳାରେ ଛାଡ଼ିଥିବା ଜଣା ପଡ଼ିଛି । ବ୍ୟବସାୟୀ ଜିତେନ୍ଦ୍ର ସାମଲ,ସମୀର ପ୍ରଧାନ ଓ ଡ୍ରାଇଭର ବିକାଶ ବେହେରାଙ୍କୁ ଥାନାରେ ଅଟକ ରଖାଯାଇ ପଚରା ଉଚରା ଜାରି ରହିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories