www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରାଥମିକ ଶିକ୍ଷକ ପଦୋନ୍ନତିରେ ଅସଙ୍ଗତି ଅଭିଯୋଗ

କେନ୍ଦୁଝରଗଡ଼: ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତିରେ ଅସଙ୍ଗତି ଅଭିଯୋଗ ହୋଇଛି। ରାଜ୍ୟରେ ପ୍ରାଥମିକ ଶିକ୍ଷକମାନଙ୍କର ପଦୋନ୍ନତି ପ୍ରକ୍ରିୟା ଚାଲିଥିବାବେଳେ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମୌଖିକ ନିର୍ଦେଶକ୍ରମେ ୧୧/୦୨/୧୧ ପୂର୍ବ ବିଜ୍ଞପ୍ତି ଅନୁସାରେ ନିଯୁକ୍ତି ପାଇଥିବା ଏବଂ ପରବର୍ତ୍ତୀ ସମୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶିକ୍ଷକମାନଙ୍କୁ ଓଟିଇଟି-୨ କରିନଥିବାରୁ ଗ୍ରାଜୁଏଟ ଶିକ୍ଷକ ହେବାକୁ ଥିବା ପଦୋନ୍ନତି ତାଲିକାରୁ ବାଦ ଦିଆଯିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ଓ ପଦୋନ୍ନତି ନିୟମର ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ,୧୧/୦୨/୧୧ ପୂର୍ବ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ କ୍ଷେତ୍ରରେ ଓଟିଇଟି ନିୟମ ଲାଗୁ ହେବନାହିଁ। ତେବେ ଏହାକୁ ଉଲଂଘନ କରି କେନ୍ଦୁଝର ଜିଲାରେ ଚୁଡାନ୍ତ ପଦୋନ୍ନତି ତାଲିକା ପ୍ରକାଶ କରାନଯାଇ ଭିତିରିଆ ଭାବେ ତାଲିକା ପ୍ରସ୍ତୁତ କରି ଲେଭଲ-୩ ପାଇଁ ଯୋଗ୍ୟ ଲେଭଲ-୪ ଶିକ୍ଷକମାନଙ୍କୁ ବାଦ ଦେଇ ମଞ୍ଜୁରୀ ପାଇଁ ନିର୍ଦେଶକଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏତଦ୍‌‌ବ୍ୟତୀତ ୨୦୧୯ ମସିହା ବିଜ୍ଞପ୍ତିରେ ଓଟିଇଟି-୧ ଏବଂ ସ୍ନାତକ ସିଟି କରିଥିବା ଶିକ୍ଷକମାନେ ଗ୍ରାଜୁଏଟ ଶିକ୍ଷକ ପଦୋନ୍ନତି ପାଇବା ପାଇଁ ଓଟିଇଟି-୨ ପାଇବା ଆବଶ୍ୟକ ରହିଥିଲା। ତେବେ ୧୧/୦୨/୨୦୧୧ ପରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପାଇଁ ଏହା ଉଲ୍ଲେଖ ହୋଇଛି। ମାତ୍ର କେନ୍ଦୁଝର ଜିଲାରେ ଏହାକୁ ଓଟିଇଟି-୧ ଯେଉଁ ଶିକ୍ଷକମାନଙ୍କ ନିମନ୍ତେ ପ୍ରଜୁଯ୍ୟ ନୁହେଁ ସେମାନେ ୧୧/୦୨/୧୧ ପୂର୍ବରୁ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କ ଉପରେ ଓଟିଇଟି-୨ ନିୟମ ଲାଗୁ କରାଯାଇଛି। ଯାହା୨୦୧୯ ମସିହା କ୍ୟାଡର ରୁଲକୁ ଉଲ୍ଲଂଘନ କରୁଛି ବୋଲି ସୋମବାର ଜିଲାପାଳଙ୍କ ନିକଟରେ ବହୁ ଶିକ୍ଷକ ଅଭିଯୋଗ କରିଛନ୍ତି। ଏନେଇ ଶିକ୍ଷକମାନେ ଅସନ୍ତୋଷ ବ୍ୟକ୍ତ କରି ୨୦୧୯ ମସିହା କ୍ୟାଡର ନିୟମ ଅନୁସାରେ ବିଗତ ୩ବର୍ଷ ଧରି ଯେଉଁଭଳି ଭାବେ ପଦୋନ୍ନତି ଦିଆଯାଇଥିଲା ସେହି ପ୍ରକ୍ରିୟାରେ ନିଯୁକ୍ତିର ବରିଷ୍ଠତା ଆଧାରରେ ପଦୋନ୍ନତି ଦେବାକୁ ଶିକ୍ଷକ ମହଲରେ ଦାବି ହୋଇଛି। ଏହି ସମ୍ପର୍କରେ ଶିକ୍ଷକମାନେ ସୋମବାର ଅତିରିକ୍ତ ଜିଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ ସହ ଶିକ୍ଷା ନିର୍ଦେଶକ ଓ ଶିକ୍ଷା ସଚିବଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories