www.samajalive.in
Sunday, December 14, 2025
26.1 C
Bhubaneswar

ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣରେ କଛପ ଗତି

ତିଗିରିଆ : ତିଗିରିଆ ବ୍ଲକରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣ ସବୁଠୁ ପଛରେ ପଡିଛି। ଏହାର ଭିତ୍ତିପ୍ରସ୍ତର ଆଉ ଗୃହ ନିର୍ମାଣ ଆରମ୍ଭ ହେବାର ୩ ବର୍ଷ ବିତିଗଲାଣି, ଏଯାଏଁ କାମ ସରୁନି । ଗତ ବର୍ଷେ ତଳୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ବ୍ଲକରେ ଏହି ବିଦ୍ୟାଳୟ ଖୋଲା ଯାଇଛି। ମେଧାବୀ ଛାତ୍ରଛାତ୍ରୀମାନେ ପ୍ରବେଶିକା ପରୀକ୍ଷା ଦେଇ ନୂଆପାଟଣା ଅର୍ଜୁନ ସୁବୁଦ୍ଧି ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହରେ ପାଠ ପଢୁଛନ୍ତି । ଅନୁଧ୍ୟାନରୁ ଯାହା ଦେଖାଯାଇଛି, ଆଖପାଖରେ ଯେତୋଟି ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି ସବୁଠୁ ବିଳମ୍ବରେ ଏହି ବ୍ଳକର ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ ଚାଲିଛି। ସେପଟେ ବିଦ୍ୟାଳୟର ବର୍ଷକୁ ବର୍ଷ ଗୋଟିଏ ଗୋଟିଏ ଉଚ୍ଚତର ଶ୍ରେଣୀ ସଂଖ୍ୟା ସହିତ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କ ଆବଶ୍ୟକତା ବୃଦ୍ଧିପାଇ ଚାଲିଛି।

ବ୍ଳକର ଅଚଳକୋଟ ନିକଟରେ ଆବଶ୍ୟକୀୟ ୧୧ ଏକରରୁ ଉର୍ଦ୍ଧ୍ବ ଜମି ଅଧିଗ୍ରହଣ ପରେ ସେଠାରେ ବ୍ଲକ ସ୍ତରୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣାଧୀନ ରହିଛି। କାର୍ଯ୍ୟାଦେଶ ନେଇଥିବା ଠିକା ସଂସ୍ଥା କିମ୍ବା ନିର୍ମାଣ ଦାୟିତ୍ଵ ଓ ତଦାରଖରେ ରହିଥିବା ବିଭାଗୀୟ ଅଧିକାରୀ ଏହାର ନିର୍ମାଣ କାର୍ଯ୍ୟକୁ ସାରିବାରେ ସମର୍ଥ ହୋଇ ପାରିନାହାଁନ୍ତି। ୨୦୨୦ ମସିହା ଜାନୁୟାରୀ ୧୭ ତାରିଖରେ ଏହାର ଭିତ୍ତପ୍ରସ୍ତର ସ୍ଥାପନ ପରେ ସେବେଠୁ ଘର ତିଆରି କାମ ଚାଲିଛି ଯେ ସରିବାର ନାହିଁ । ବର୍ଷକ ମଧ୍ୟରେ ନିର୍ମାଣ କାମ ସାରିବାକୁ ଥିବା ଲକ୍ଷ୍ୟ ତିନି ବର୍ଷ ବିତିଗଲାଣି। ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତି ବ୍ଲକ ସ୍ତରର ଇଂରାଜୀ ମାଧ୍ୟମରେ ଉନ୍ନତ ଶିକ୍ଷାୟତନର ବିକଶିତ ଭିତ୍ତିଭୂମିରେ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୦୧୬ ମସିହାରୁ ପର୍ଯ୍ୟାୟ କ୍ରମେ ପ୍ରତି ବ୍ଲକରେ ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି । ସରକାର ଗରିବ ମେଧାବୀଙ୍କ ପାଇଁ ନିଜ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ବ୍ୟବସ୍ଥା କରିଛନ୍ତି। ଏହି ପରିପ୍ରେକ୍ଷୀରେ ତିଗିରିଆର ସ୍ଥିତି ଅତି ନୈରାଶ୍ୟଜନକ ହୋଇପଡିଛି । ଏଠି ବର୍ଷେ ହେଲା ମୁଣ୍ଡ ଗୁଞ୍ଜା ନୀତିରେ ଅସ୍ଥାୟୀ ବିଦ୍ୟାଳୟ ଚାଲୁଥିବା ବେଳେ ବିଭିନ୍ନ ବିଷୟର ବିଭାଗୀୟ ଶିକ୍ଷକଙ୍କ ପଦ ଖାଲି ପଡ଼ିଛି । ଗତବର୍ଷ ଠାରୁ ମାତ୍ର ୪ ଜଣ ଶିକ୍ଷକରେ  ପିଲାଙ୍କ ପାଠପଢା ହେଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ବିଦ୍ୟାଳୟ ସ୍ତରରେ ଠିକା ଭିତ୍ତିକ ଶିକ୍ଷକ ନିୟୋଜନ କରାଯିବାକୁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି। ପ୍ରଥମ ବର୍ଷ ଷଷ୍ଠ ଶ୍ରେଣୀ ଖୋଲା ଯାଇଥିଲା। ଏବର୍ଷ ଦ୍ଵିତୀୟ ଶିକ୍ଷାବର୍ଷକୁ ଆଉ ଗୋଟିଏ ବା ସପ୍ତମ ଶ୍ରେଣୀ ବୃଦ୍ଧି ପାଇଛି । ସବୁଠୁ ବଡ଼ ସମସ୍ୟା ହୋଇଛି ବିଦ୍ୟାଳୟର ନିଜସ୍ୱ କୋଠା ନିର୍ମାଣ ସରିବାରେ ଅହେତୁକ ବିଳମ୍ବ ଘଟିବା। ଏହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories