ନୂଆପଡ଼ା: ଡୁମେରପାନିରେ ଦୁର୍ଘଟଣାରେ ଯୁବକ ଓ ଯୁବତୀ ମୃତ। ଟ୍ରକ ଧକ୍କାରେ ବାଇକ ଆରୋହୀ ଯୁବକ-ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ କରିଛନ୍ତି। ଦୁର୍ଘଟଣା ଘଟାଇଥି ପରେ ଟ୍ରକ ଛାଡ଼ି ଦେଇ ଘଟଣାସ୍ଥଳରୁ ଡ୍ରାଇଭର ଚମ୍ପଟ ମାରିଛି। ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ ଯୋଗୁଁ ଯାନବାହନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରକଇଛି।
Popular Categories



