www.samajalive.in
Thursday, December 11, 2025
16.1 C
Bhubaneswar

କଣ୍ଟେନର ଭିତରେ ଗଳିଗଲା ବାଇକ୍, ଜଣେ ଗୁରୁତର

ପାଟଣା: କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପିପିଳିଆ ନିକଟରେ କଣ୍ଟେନର ଭିତରେ ଏକ ବାଇକ୍ ଗଳି ଯିବାରୁ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁରୁତର ବାଇକ୍ ଚାଳକ ଆନନ୍ଦପୁର ଅଞ୍ଚଳର କାଳନ୍ଦୀ ବାରିକ (୨୧) ବୋଲି ଜଣାପଡିଛି। ସେ ପିପିଳିଆ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଏଟିଏମରୁ ଟଙ୍କା ଉଠାଇ ରାଜ ପଥ ଉପରକୁ ଆସି ଯିବା ସମୟରେ ପଛରୁ ଆସୁଥିବା କଣ୍ଟେନରଟି ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ସହିତ ବାଇକ ଆରୋହୀ କଣ୍ଟେନର ଭିତରେ ପଶି ଯାଇଥିଲା।

- Advertisement -

କଣ୍ଟେନର ଭିତରେ ବାଇକ ଆରୋହୀ ପଶିଯିବାରୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଢେଙ୍କିକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories